ଓଡିଶାବାସୀଙ୍କ ଆଶା ଓ ଭରସାର ପ୍ରତୀକ ନବୀନ ପଟ୍ଟନାୟକ-ଇଂ.ସିଦ୍ଧାର୍ଥ ଦାସ

ସମ୍ୱଲପୁର : ନବୀନ ପଟ୍ଟନାୟକ… ଏହା କେବଳ ଏକ ନାଁ ନୁହେଁ । ଏହା ହେଉଛି ଚାରିକୋଟି ଓଡିଆଙ୍କ ହୃଦୟରେ ବସିଥିବା ଦରଦୀ ମଣିଷର ପରିଚୟ । ବିପତ୍ତିକୁ ସୁଯୋଗରେ ପରିଣତ କରିଥିବା ଲଢୁଆ ବ୍ୟକ୍ତିତ୍ୱ । ଗରୀବି, ଅନାହାରର ରାଜ୍ୟକୁ ଆତ୍ମନିର୍ଭରଶୀଳ କରିଥିବା ଦୂରଦ୍ରଷ୍ଟା ବିକାଶ ପୁରୁଷ । ତାଙ୍କରି ଉଦ୍ୟମରେ ଓଡିଶା ଆଜି ନୂଆ ପରିଚୟ ପାଇଛି । ମହିଳା ଶସକ୍ତିକରଣ, ଋପାନ୍ତରୀକରଣ ଯୋଗୁଁ ସାରା ଦେଶରେ ପ୍ରଶଂସିତ ଆମ ରାଜ୍ୟ । କେବଳ ରାଜ୍ୟ ନୁହେଁ ସାରା ଦେଶର ହିତ ଚିନ୍ତା କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁକରି ତ ଥରେକି ଦୁଇଥର ନୁହେଁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରି ସର୍ବକାଳୀନ ରେକର୍ଡ କରିବାକୁ ଯାଉଛନ୍ତି । ଓଡିଶାର ଆବାଳବୃଦ୍ଧ ବନୀତାଙ୍କ ସ୍ନେହ, ଭଲପାଇବା ଓ ଆଶୀର୍ବାଦ ତାଙ୍କ ସହିତ ରହିଛି । ବିରୋଧୀ ଯେତେ କୁଟନୀତି, ରାଜନୀତି କରନ୍ତୁ ନାଁ କାହିଁକି ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛଳ ଶାସନ, ନିର୍ମଳ ଭାବମୂର୍ତ୍ତୀ ଯୋଗୁଁ ତାଙ୍କୁ ଟକ୍କର ଦେବାରେ ବିଫଳ ହୋଇଛନ୍ତି ।
ଦିନଥିଲା ଓଡିଶା ପଛୁଆ ରାଜ୍ୟ ଭାବରେ ନାଁ ପାଇଥିଲା । ଏଠାକାର ଲୋକେ ଗରିବୀର ସୀମାରେଖା ତଳେ ରହୁଥିଲେ । ପେଟକୁ ଦାନା, ମୁଣ୍ଡକୁ ଛାଇ ପାଇଁ ସଂର୍ଘଷ କରୁଥିଲେ । ମହାବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡିଶାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା । ଏହି ସମୟରେ ରାଜ୍ୟର ଶାସନ ଭାର ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାବାସୀଙ୍କ ସେବା କରିବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରି କର୍ତ୍ତବ୍ୟବୋଧତାର ସହିତ ଦାୟିତ୍ୱ ସମ୍ପାଦନ କରିବାକୁ ଲାଗିଲେ । ଏହା ପରେବି ଓଡିଶାକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘାଇଲା କରିଛି । କିନ୍ତୁ ହାରିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୃଢତାର ସହିତ ମୁକାବିଲା କରି ଆଜି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସାରା ଦେଶରେ ମଡେଲ ଆଣିଦେଇଛନ୍ତି । ବାତ୍ୟା, ବନ୍ୟା, ମରୁଡି ସହ କେମିତି ଲଢିବାକୁ ହୁଏ ସାରା ବିଶ୍ୱ ଆଜି ଓଡିଶାରୁ ଶିଖୁଛି । ବିଭିନ୍ନ ଜଳସେଚନ ପ୍ରକଳ୍ପ ନିର୍ମାଣ ଦ୍ୱାରା କୃଷିକ୍ଷେତ୍ରରେ ଆସିଛି ବୈପ୍ଲବିକ ପରିବର୍ତ୍ତନ । ଯେଉଁ ରାଜ୍ୟ ଦିନେ ଖାଦଶସ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା । ଆଜିର ସମୟରେ ଓଡିଶା ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟ ରାଜ୍ୟକୁ ଖାଦ୍ୟଶସ୍ୟ ରପ୍ତାନୀ କରୁଛି । ମିଶନ ଶକ୍ତି ହେଉଛି ମହିଳା ଶସକ୍ତିକରଣର ଐତିହାସିକ ପଦକ୍ଷେପ । ମହିଳାଙ୍କୁ ରୋଜଗାରକ୍ଷମ କରିବା ସହିତ ସମାଜରେ ପୁରୁଷଙ୍କ ସହିତ ସମକକ୍ଷ ହୋଇ ଚାଲିବାକୁ ସୁଯୋଗ ଦେଇଛି । ଓଡିଶାର ଲକ୍ଷଲକ୍ଷ ମହିଳା ମିଶନ ଶକ୍ତିର ଏସଏଚଜି ଗ୍ରୁପ ମାଧ୍ୟମରେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି । ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବାକୁ ୫ଟି ସ୍କୁଲ ଋପାନ୍ତରଣ । ଓଡିଶା ଆଦର୍ଶ ବିଦ୍ୟାଳୟ ଯୋଗୁଁ ସାରା ଦେଶରେ ପ୍ରଂଶସିତ ଆମ ରାଜ୍ୟ । କେନ୍ଦ୍ର ଯେତେବେଳେ ବି ଓଡିଶାକୁ ସାହାଯ୍ୟ ସହଯୋଗ ମାଗିଛି ମୁଖ୍ୟମନ୍ତ୍ରୀ ଆକୁଣ୍ଠ ଚିତ୍ତରେ ସହଯୋଗର ହାତ ବଢାଇଛନ୍ତି । ତେଣୁକରି ତ ତାଙ୍କର ଲୋକପ୍ରିୟତା ଦେଶବିଦେଶରେ ବ୍ୟାପ୍ତ । ଓଡିଶାବାସୀଙ୍କ ସାହା ଭରସାର ପ୍ରତୀକ ଭାବରେ ଦୁଇ ଦଶନ୍ଧୀରୁ ଉର୍ଦ୍ଧ୍ବ ସମୟ ଧରି ଛିଡା ହୋଇଥିବା ନବୀନ ପଟ୍ଟନାୟକ ଏଥର ପୁଣି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଏକଥା ଆମେ ନୁହେଁ ଓଡିଶାର ଜନସାଧାରଣ କହୁଛନ୍ତି । ବିଜୁ ଜନତା ଦଳକୁ ବିଧାନସଭାରେ ୧୨୦ ରୁ ଉର୍ଦ୍ଧ୍ବ ସିଟରେ ବିଜୟ ମିଳିବ । ସେହିଭଳି ୧୮ ରୁ ଉର୍ଦ୍ଧ୍ବ ଲୋକସଭା ସିଟରେ ବିଜୁ ଜନତା ଦଳର ଏମପି ନିର୍ବାଚିତ ହେବେ । କେନ୍ଦ୍ରରେ ଦାୟିତ୍ୱରେ ଥିବା ଜଣେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରରୁ ପ୍ରାର୍ଥିତ୍ୱ କରି ନିର୍ବାଚନ ଜିତିବାକୁ ଆଶା ବାନ୍ଧିଛନ୍ତି । ତେବେ ସମ୍ବଲପୁରର ଲୋକସଭା ଓ ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି ବିଜୁ ଜନତା ଦଳର ସମ୍ବଲପୁର ସଂସଦୀୟ କ୍ଷେତ୍ର ର ସଂଯୋଜକ ଇଂ. ସିଦ୍ଧାର୍ଥ ଦାସ ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି ।