Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେକ୍ଷାଳୟ ଓ କଲଚରାଲ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ଦଳୀୟ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦେବାକୁ ରାଜନୈତିକ ଦଳ ମାନଙ୍କୁ ଆହ୍ୱାନ ଦେଲା “ନାଟ ନାଟୁଆ”

ସମ୍ବଲପୁର:ସମ୍ବଲପୁର ର କଳାକାର ମାନଙ୍କ ପକ୍ଷରୁ ନାଟ୍ୟ ଅନୁଷ୍ଠାନ ସମନ୍ୱୟ ସମିତି ” ନାଟ ନାଟୁଆ ” ଦ୍ୱାରା ସମ୍ବଲପୁର ସମ୍ବାଦିକ ଭବନ ଠାରେ ଆଜି ଅପରାହ୍ନ ରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି l ସାମ୍ବାଦିକ ମାନଂକୁ ସମ୍ବୋଧନ କରି ନାଟ ନାଟୁଆ ର ସଂଯୋଜକ ଅଭିନେତା ସୂର୍ଯ୍ୟ ପାଣିଗ୍ରାହୀ କହିଲେ ଯେ କଳାକାର ମାନେ ଯେତେ ଦୁଃଖ କଷ୍ଟ ରେ ଥିଲେ ମଧ୍ୟ ସମାଜ କୁ ମନୋରଞ୍ଜନ ର ଖୋରାକ ଯୋଗେଇଥାନ୍ତି l ହେଲେ କଳାକାର ର ଦୁଃଖ ଲାଘବ କଥା କେହି କରିନଥାନ୍ତି l ପଶ୍ଚିମ ଓଡିଶା ର ସାଂସ୍କୃତିକ ପ୍ରାଣକେନ୍ଦ୍ର ସମ୍ବଲପୁର ର କଳାକାର ମାନେ ନିଜର କଳା ପ୍ରତିଭା ଯୋଗୁଁ ସମ୍ନାନଜନକ ପଦ୍ମ ପୁରସ୍କାର, ସଂଗୀତ ନାଟକ ଏକାଡେମୀ ସମ୍ମାନ, ଆହୁରି ଅନେକ ସମ୍ମାନ ଓ ପୁରସ୍କାର ପାଇବା ସହ ଦେଶ ବିଦେଶ ରେ ଲୋକ କଳା କୁ ପ୍ରଦର୍ଶନ କରି ଏଇ ମାଟି ର ସମ୍ମାନ ଆଣି ଚାଲିଛନ୍ତି l ହେଲେ କଳାକାର ମାନେ ନିଜର କଳାକାର ପ୍ରଦର୍ଶନ ପାଇଁ ଆଜିଯାଏ ସମ୍ବଲପୁର ସହରରେ ଅତ୍ୟାଧୁନିକ ପ୍ରେକ୍ଷାଳୟ ଟିଏ ହୋଇପାରିନାହିଁ, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ର ବିଷୟ l ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ୟେଶ୍ୟ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜି. ଏମ. ବିଶ୍ୱବିଦ୍ୟାଳୟ, ଭିମସାର, ଭିସୁଟ, ଆଇ.ଆଇ.ଏମ. ଠାରେ ଅତ୍ୟାଧୁନିକ ପ୍ରେକ୍ଷାଳୟ ପ୍ରତିଷ୍ଠା କରିପାରିଛନ୍ତି, ହେଲେ ଯେଉଁ କଳାକାର କଳା ପ୍ରଦର୍ଶନ କରି ଦେଶ ବିଦେଶ ରେ ସମ୍ନାନ ସାଉଁଟୁଛି ତାରି ପାଇଁ ସମ୍ବଲପୁର ରେ ପ୍ରେକ୍ଷାଳୟ ଟିଏ ସରକାରି ସ୍ତରରେ ପ୍ରତିଷ୍ଠା ହୋଇନପରିବା ଘୋର ପରୀତାପ ର ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ l ତେଣୁ, କ୍ଷମାତାସିନ ରାଜନୈତିକ ଦଳ ମାନେ ସମ୍ବଲପୁର ସହରରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟଟିଏ ପ୍ରତିଷ୍ଠା ପାଇଁ ସଂକଳ୍ପ ନିଅନ୍ତୁ ବୋଲି ଅଭିନେତା ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ l
ନାଟ୍ୟଶ୍ରୀ ସତ୍ୟରଞ୍ଜନ ବେହେରା ଦୀର୍ଘ ବର୍ଷ ରେ ପିଢ଼ି ପରେ ପିଢ଼ି ଏହି ଦାବୀ ଉପସ୍ଥାପନ କରିଆସିଥିଲେ ମଧ୍ୟ ଆଜିଯାଏ ରାଜନୈତିକ ଇଛାଶକ୍ତି ନ ଥିବା କାରଣରୁ କଳାକାର ମାନଙ୍କ ପାଇଁ ପ୍ରେକ୍ଷାଳୟ ଟିଏ ପ୍ରତିଷ୍ଠା ହୋଇପାରିନାହିଁ l ସମ୍ବଲପୁର ରେ ଅତ୍ୟାଧୁନିକ ପ୍ରେକ୍ଷାଳୟ ଟିଏ ନ ଥିବା କାରଣରୁ ସମ୍ବଲପୁର ସହରରେ ଅନେକ ସାଂସ୍କୃତିକ ଉତ୍ସବ ର ଆୟୋଜନ ହୋଇପାରୁନାହିଁ l ଆମେ ବି ଅନେକ ସମୟରେ ବାଧ୍ୟ ହୋଇ ଅନିଚ୍ଛା ସତ୍ୱେ ବୁର୍ଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟ କୁ ଯାଇ ନାଟକ ପ୍ରଦର୍ଶନ କରୁଛୁ l ସମସ୍ତ କ୍ଷମତାସିନ ରାଜନୈତିକ ଦଳ କୁ ସମ୍ବଲପୁର ସହରରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ଓ କଲଚରାଲ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ l ନାଟ୍ୟବିତ ପ୍ରଶାନ୍ତ ମହାରଣା ରାଜ୍ୟ ସରକାର ଙ୍କର ଦ୍ୱାରା ଅନେକ ଜିଲ୍ଲା ରେ ପ୍ରେକ୍ଷାଳୟ ନିର୍ମାଣ କରିଥିବା ବେଳେ, ସମ୍ବଲପୁର ରେ କାହିଁକି ଆଜିଯାଏ ପ୍ରତିଷ୍ଠା କରିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ l ନାଟ୍ୟକାର ବବଲୁ ବାଗ ରାଜନୈତିକ ଦଳ ମାନଙ୍କୁ ପ୍ରଶ୍ନ କରିଥିଲେ ଯେ, ନିର୍ବାଚନୀ ପ୍ରଚାର ରେ ଲୋକ କଳାକାର ମାନଙ୍କୁ ବ୍ୟବହାରରେ ଆଣୁଥିବା ବେଳେ, କାହିଁକି ନିର୍ବାଚନ ପରେ କଳାକାର ର ସ୍ୱର କୁ ହୃଦବୋଧ କରୁନାହାନ୍ତି l
ସଙ୍ଗୀତଜ୍ଞ ରତନ ପୂଜାରୀ ସାଂସ୍କୃତିକ ସହର ସମ୍ବଲପୁର ରେ ଆଜିଯାଏ କଳାକାର ଙ୍କର କଳା ପ୍ରଦର୍ଶନ ପାଇଁ ମଞ୍ଚ ଟିଏ ନଥିବା ପରୀତାପ ର ବିଷୟ l ଆବଶ୍ୟକ ସ୍ଥଳେ କଳାକାର କୁ ଉପଯୋଗ କରୁଛନ୍ତି, ହେଲେ ତାର ଦୁଃଖ ଲାଘବ କରୁନାହାନ୍ତି l ଶ୍ରୀ ପୂଜାରୀ ପ୍ରତ୍ୟେକ ରାଜନୈତିକ ଦଳ ଗୁରୁତ୍ୱ ର ସହ ସେମାନଙ୍କର ନିର୍ବାଚନୀ ଇସ୍ତାହାର ରେ ଏହି ସମ୍ବେଦନଶୀଳ ବିଷୟ କୁ ସ୍ଥାନିତ କରିବାକୁ ଆହ୍ୱାନ ଦେଇଥିଲେ l ଏହି ସାମ୍ବାଦିକ ସମ୍ବିଳନୀ ରେ କଣ୍ଠଶିଳ୍ପୀ ତ୍ରିଲୋଚନ ତ୍ରିପାଠୀ, ନାଟ୍ୟକାର ପ୍ରଶାନ୍ତ ମାଝୀ, ଅଭିନେତା ଫଣିନ୍ଦ୍ର ପଣ୍ଡା, ନାଟ୍ୟବିତ କୃଷ୍ଣଚନ୍ଦ୍ର ମହାପାତ୍ର, ସୁବାଷ ଚନ୍ଦ୍ର ନନ୍ଦ,କମଳଲୋଚନ ପଣ୍ଡା, ଯୋଗେଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l
ଶେଷରେ ନାଟ ନାଟୁଆ ର ଯୁଗ୍ମ ସଂଯୋଜକ ଅଭିନେତା – ନିର୍ଦେଶକ ବିରୁପାକ୍ଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ କଳାକାର ଉପେକ୍ଷିତ ନ ହେଉ ବୋଲି ରାଜନୈତିକ ନେତୃତ୍ୱ କୁ ଆହ୍ୱାନ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ