Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶୀତଳ ଷଷ୍ଠୀ ଥାଳଉଠା କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଣବ ପ୍ରକାଶ

ସମ୍ୱଲପୁର:ଦେବୀ ମା ଆଦିଶକ୍ତି ଓ ଦେବଦେବ ମହାଦେବଙ୍କ ଅପୂର୍ବ ମିଳନର ପର୍ବ ଶୀତଳ ଷଷ୍ଠୀ । ହରପାର୍ବତୀଙ୍କ ମିଳନରେ ଶାନ୍ତ ହେବ ଧରା । ଶିବ-ପାର୍ବତୀଙ୍କୁ ବରକନ୍ୟା ବେଶରେ ଦର୍ଶନ କରିବେ ଭକ୍ତ । ମହାଦେବ ଓ ମହାମାୟୀଙ୍କ ମହାମିଳନର ପର୍ବ ଶୀତଳ ଷଷ୍ଠୀ ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୀତଳ ଷଷ୍ଠୀର ଥାଳଉଠା ବିଧି କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆଶୀର୍ବାଦ ଲଭିବାର ସୌଭାଗ୍ୟ ଅର୍ଜନ କରିବା ସହିତ ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମ ସର୍ମ୍ପକରେ ଆୟୋଜକ କମିଟି ସହିତ ଆଲେଚନା କରିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।
ପ୍ରସିଦ୍ଧ ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଆଜି ଥାଳଉଠା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅପରାହ୍ନରେ ପ୍ରଥମେ ନନ୍ଦପଡାରେ ପହଞ୍ଚିଥିଲେ ପ୍ରଣବ ପ୍ରକାଶ । ନନ୍ଦପଡା ସ୍ଥିତ ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ବିଧି କରାଯାଇଥିଲା । ବର ପିତାମାତା ଭାବରେ ରାମପ୍ରସାଦ ମିଶ୍ର ଓ ବବିତା ମିଶ୍ର ଦାୟିତ୍ୱ ଗ୍ରହଣ କରିଥିବାବେଳେ କନ୍ୟା ପିତାମାତା ଭାବରେ ସୁମନ ପଣ୍ଡା ଓ ନିତୀପ୍ରିୟା ଦେବୀ ଦାୟିତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଣବ ପ୍ରକାଶ ବରପକ୍ଷ କନ୍ୟାପକ୍ଷଙ୍କ ଉତ୍ସାହ ବୃଦ୍ଧି କରିଥିଲେ । ଶୀତଳ ଷଷ୍ଠୀ ଯାତ୍ରାର କାର୍ଯ୍ୟସୂଚୀ ସର୍ମ୍ପକରେ ଆୟୋଜକ କମିଟି ସହିତ ଆଲୋଚନା କରିଥିଲେ । ସେଠାରୁ ବାହାରି ପହଞ୍ଚିଥିଲେ ଝାଡୁଆପଡା ଠାରେ । ଝାଡୁଆପଡାରେ ଲୋକନାଥ ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠାଯାଇଥିଲା । ସେଠାରେ ପହଞ୍ଚି ଥାଳଉଠା ବିଧି ଓ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ ପ୍ରଣବ ପ୍ରକାଶ । ଏହାପରେ ଯାଇଥିଲେ ବାଲିବନ୍ଧା ମନ୍ଦିରକୁ । ସୋମନାଥ ବାବା ଶୀତଳ ଷଷ୍ଠୀ ମହୋତ୍ସବର ଥାଳଉଠା କାର୍ଯ୍ୟକ୍ରମରେ ସାମିଲ ହୋଇ ହରିପାର୍ବତୀଙ୍କ ଆଳତି କରିଥିଲେ । ଆୟୋଜକ କମିଟି ସହିତ ଆଲୋଚନା କରି ଶୀତଳ ଷଷ୍ଠୀ ଯାତ୍ରାକୁ କେମିତି ମହାଆଡମ୍ବରରେ ପାଳିତ କରାଯିବ ତାହା ବୁଝିଥିଲେ । ଝାଡୁଆପଡା ପରେ ପ୍ରଣବ ପ୍ରକାଶ ପହଞ୍ଚିଥିଲେ ମୋଦୀପଡାରେ । ମୋଦୀପଡା ଜାଗେଶ୍ୱର ବାବା ଶୀତଳ ଷଷ୍ଠୀ ଯାତ୍ରାପାଇଁ ଥାଳଉଠା ବିଧି କରାଯାଇଥିଲା । ପ୍ରକାଶ ଯେ ଏହା ପୂର୍ବରୁ କିଛିଦିନ ତଳେ ପ୍ରଣବ ପ୍ରକାଶ ଶୀତଳ ଷଷ୍ଠୀ ଆୟୋଜନର କର୍ମକର୍ତ୍ତା ମାନଙ୍କୁ ଭେଟିଥିଲେ । ଆଜି ଥାଳଉଠା ବିଧିରେ ନିଜକୁ ସାମିଲ କରି ଆଶୀର୍ବାଦ ଲଭିଛନ୍ତି ।