Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମ ପରାୟଣ ତ୍ରିବିକ୍ରମ ମିଶ୍ର ଙ୍କ ପରଲୋକ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା କଲେକ୍ଟର ଅଫିସ ସମ୍ମୁଖରେ ଉଦୟ ନଗର ରେ ବାସ କରୁଥିବା ତ୍ରିବିକ୍ରମ ମିଶ୍ର ଙ୍କ ପରଲୋକ ହୋଈ ଯାଇଛି। ମୃତ୍ୟୁ ସମୟ ରେ ତାଂକ ବୟସ ୭୦ ବର୍ଷ ହୋଇଥିଲା l କିଛି ବର୍ଷ ଆଗରୁ ସେ କିଡନୀ ରୋଗ ରେ ଚିକିତ୍ସିତ ହେଉଥିବା ବେଳେ ବୁର୍ଲା ଡ଼ାକ୍ତରଖାନାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲ। l ଗତ କାଲି ରାତିରେ ବୁର୍ଲା ଡ଼ାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ରେ ସୋନପୁର ପୋଲିସ୍ କଲୋନୀ ତଥା ଉଦୟ ନଗର ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ଶ୍ରୀ ମିଶ୍ର ଏକ ମିଷ୍ଟଭାଷୀ, ଧର୍ମ ପାରାୟଣ ଓ ସରଳ ବ୍ୟକ୍ତି ଥିଲେ। ସୋନପୁର ତହସିଲ ଅଫିସ ରେ ଦୀର୍ଘ ବର୍ଷ ଯାଏ ସେ ନିଷ୍ଠା ପର ଭାବେ କାର୍ଯ୍ଯ କରିଥିଲେ। ଆଜି ସକାଳ ୭ ଘଣ୍ଟା ରେ ରାମେଶ୍ବର ଶ୍ମଶାନ ଘାଟ ରେ ଶ୍ରୀ ମିଶ୍ର ଙ୍କ ଅନ୍ତିମ ସଂସ୍କାର କରା ଯାଇଛି। ତାଙ୍କ ପୁତ୍ର ଅଧ୍ୟାପକ ରଞ୍ଜିତ ମିଶ୍ର ସ୍ୱର୍ଗୀୟ ମିଶ୍ର ଙ୍କୁ ମୁଖାଗ୍ନି ଦେଇଥିଲେ। ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ASI ଭାବେ କାର୍ଯ୍ୟରତ ସାଜିତ୍ ମିଶ୍ର ଓ ସହର ର ଅନ୍ୟାନ୍ୟ ସାମାଜିକ କର୍ମୀ, ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ