Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୂଳ ପ୍ରସଙ୍ଗରୁ ଦୂରରେ କାହିଁକି ବିଜେଡି..? – ମାନସ ବକ୍ସି

ସମ୍ବଲପୁର ୧୩/୫ – ସାଧାରଣ ନିର୍ବାଚନ ର ପ୍ରକ୍ରିୟା ରେ ଆଜି ଓଡିଶା ର ପ୍ରଥମ ଚରଣ ଭୋଟ ଦାନ ପ୍ରକ୍ରିୟା ସରିଛି । ବାକି ରହିଲା ଆଉ ୩ ଟି ଚରଣ ରେ ଭୋଟ ଦାନ ପ୍ରକ୍ରିୟା । ନିର୍ବାଚନୀ ପ୍ରଚାର ପାଇଁ ରେଲି, ସଭା, ସମିତି ସହିତ ଚାଲୁଛି ସାମ୍ବାଦିକ ସମ୍ମିଳନୀ ଓ ପ୍ରେସ ବାର୍ତ୍ତା ରେ ପ୍ରଶ୍ନୋତ୍ତର । ଆରମ୍ଭ ରୁ ରାଜ୍ୟବାସୀ ଙ୍କ ମୂଳ ପ୍ରସଙ୍ଗ କୁ ନେଇ ବିଜେପି ପ୍ରଶ୍ନ ପଚାରୁଥୁବା ବେଳେ ବିଜେଡି ତଥ୍ୟ ଭିତ୍ତିକ ଉତ୍ତର ନ ଦେଇ ବୁଲେଇ ବଙ୍କେଇ ତଥ୍ୟ ବିହୀନ ତଥ୍ୟ ରଖି ଲୋକଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରୁଛି । ଦୁଇ ଚୌ କେତେ ପଚାରିଲେ, ଇଂଲେଣ୍ଡ ର ରାଜଧାନୀ ଲଣ୍ଡନ ବୋଲି କହୁଛନ୍ତି ବୋଲି ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ବକ୍ସି ଅଭିଯୋଗ କରିଛନ୍ତି ।
ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ବକ୍ସି ବିଜେଡି ରେ ବିଭିନ୍ନ ନେତା ଙ୍କୁ ପ୍ରଶ୍ନ କରିଛନ୍ତି ଯେ “ରାଜ୍ୟବାସୀ ଙ୍କ ମୂଳ ପ୍ରସଙ୍ଗ ରୁ ଦୁରକୁ କାହିଁକି କି ପଳାୟନ କରୁଛି..?”
ଗୋଟିଏ ଶତାବଦ୍ଦି ରେ ଏକ ଚତୁର୍ଦ୍ଧାନ୍ସ ସମୟ ରାଜ୍ୟ ରେ ନିରଙ୍କୁଶ ଭାବରେ ଶାସନ କ୍ଷମତା ରେ ବିଜେଡି ଦଳ ରହିଛି । ହେଲେ ରାଜ୍ୟବାସୀ ଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ରହିଛି । ଶାସନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବ ରୁ ଆମେ ରାଜ୍ୟବାସୀ ଙ୍କ ମୂଳ ସମସ୍ୟା ନେଇ ପ୍ରଶ୍ନ କରୁଛୁ । ହେଲେ ବିଜେଡି ଦଳ ପ୍ରସଙ୍ଗଭିତ୍ତିକ ସଠିକ ଓ ତଥ୍ୟଭିତ୍ତିକ ଉତ୍ତର ନ ଦେଇ ବୁଲେଇ ବଙ୍କେଇ ମିଛ ଅଭିଯୋଗ ଆଣୁଛି ।
ସମ୍ଭାବନା ରେ ରାଜ୍ୟ ସମ୍ବଳଶ୍ରୀ ହୋଇ ମଧ୍ୟ ରାଜ୍ୟବାସୀ ଏଠି ଗରିବ କାହିଁକି..? ୨୪ ବର୍ଷ ଶାସନ କରି ମଧ୍ୟ ସାଧାରଣ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ପାରିଲ ନାହିଁ କାହିଁକି..? ବିଦ୍ୟାଳୟ ରେ ଶିକ୍ଷକ ମହାବିଦ୍ୟାଳୟ ରେ ଅଧ୍ୟାପକ ପ୍ରାଧ୍ୟାପକ ନିଯୁକ୍ତି ଦେଇ ପାରିଲ ନାହିଁ କାହିଁକି..? ଡାକ୍ତରଖାନା ରେ ଡାକ୍ତର, ପାରାମେଡିକାଲ ଷ୍ଟାଫ, ଟେକ୍ନିସିଆଁନ, ନର୍ସ ଙ୍କୁ ନିଯୁକ୍ତି ଦେଇ ପାରିଲ ନାହିଁ କାହିଁକି..? କାହାର ଅପାରଗତା ପାଇଁ ଗାଁ କୁ ରାସ୍ତା ନାହିଁ ବୋଲି ଆମ୍ବୁଲାନ୍ସ ଯାଇ ପାରୁନଥିବାରୁ ରୋଗୀ ଖଟ ରେ ବୁହା ହେଉଛନ୍ତି…? ୪୫୦ କୋଟି ଟଙ୍କା ରେ ବିଜୁ ଯୁବ ବାହିନୀ କୁଆଡେ ଗଲା..? ଶହ ଶହ କୋଟି ବ୍ୟୟ କରି କରିଥିବା ପିଠା ଯୋଜନା ରେ କାହାର କେତେ ଲାଭ ହୋଇଛି..? ରାଜ୍ୟବାସୀ ଙ୍କ ଝାଳ ରକ୍ତ ବୁହା ଟିକସ ପଇସା ରୁ ୧୩୦୦ କୋଟି ଖର୍ଚ୍ଚ କରି ବିଜ୍ଞାପନ ବ୍ୟାଗ ରେ କାହାର ଲାଭ ହୋଇଛି…? ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନ ଭଣ୍ଡାର ଚାବି ଗଲା କୁଆଡେ..? ନବକଳେବର ଦୁର୍ନୀତି ଓ ବ୍ରହ୍ମବିଭ୍ରାଟ ର ଦୋଷୀ ଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛ…? ସାଧାରଣ ଜନତା ତ ଦୂର ର କଥା ମୁଖ୍ୟମନ୍ତ୍ରୀ ଙ୍କୁ କିଏ କାହିଁକି ଦଳୀୟ ନେତା ମନ୍ତ୍ରୀ ବିଧାୟକ ଙ୍କୁ ଦୁରେଇ ରଖିଛି..? ରାଜ୍ୟ ରେ ସରକାରୀ ବିଭାଗୀୟ ମୁଖ୍ୟ ମନେ କେତେ ବର୍ଷ ହେଲା ସିଧାସଳଖ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଆଲୋଚନା କରି ନାହାଁନ୍ତି…? ସମ୍ବଲପୁର ମହାନଗର ନିଗମ ଘୋଷଣା କୁ ୧୧ ବର୍ଷ ବିତି ଯାଇଥିଲେ ସୁଦ୍ଧା କାହା ସ୍ୱାର୍ଥରକ୍ଷା ପାଇଁ ନିର୍ବାଚନ କରା ଯାଉ ନାହିଁ…?
ଶ୍ରୀ ବକ୍ସି ଆହୁରି ପଚାରିଛନ୍ତି ଯେ ରାଜ୍ୟବାସୀ ଙ୍କର ସ୍ୱାର୍ଥ ରକ୍ଷା ଓ ମୌଳିକ ସୁବିଧା ରୁ ବଞ୍ଚିତ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ର ପ୍ରଶ୍ନ ରୁ ବିଜେଡି ନେତା, ମନ୍ତ୍ରୀ, ବିଧାୟକ, ପ୍ରବକ୍ତା କାହିଁକି ମୁହଁ ମୋଡୁଛନ୍ତି..? ମାଁ ସମଲେଶ୍ୱରୀ ଙ୍କ ଚରଣ ତଳେ ଜନମଞ୍ଚ ରେ ଖୋଲା ବିତର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଖୋଲା ଆହ୍ୱାନ ଦେଲା ପରେ ମଧ୍ୟ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ପଛ ଘୁଞ୍ଚା କାହିଁକି…?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ