Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ବିଧାୟକ ସ୍ୱର୍ଗତ ଜଗତେଶ୍ୱର ମିର୍ଦ୍ଧା ଙ୍କ ପରିବାର ବର୍ଗ ଙ୍କୁ ଭେଟିଲେ ନଗେନ୍ଦ୍ର

ସମ୍ବଲପୁର:ପୂର୍ବତନ ବିଧାୟକ ସ୍ୱର୍ଗତ ଜଗତେଶ୍ୱର ମିର୍ଦ୍ଧା ଙ୍କ ବିଧବା ପତ୍ନୀ ସୁବାସିନୀ ମିର୍ଦ୍ଧା ଏବଂ ତାଙ୍କ ପରିବାର ବର୍ଗ ଙ୍କୁ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ମାନେଶ୍ଵର ବ୍ଲକ ପରମାନପୁର ପଞ୍ଚାୟତ ନୂଆମୁଣ୍ଡା ବାସଭବନରେ ଆଜି ସମ୍ବଲପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ଭେଟିଛନ୍ତି I ଶ୍ରୀ ମିର୍ଦ୍ଧା ୧୯୭୧, ୧୯୭୪, ୧୯୭୭, ୧୯୮୦, ୧୯୮୫ ମସିହାରେ ହୋଇଥିବା ଓଡ଼ିଆ ବିଧାନସଭା ନିର୍ବାଚନରେ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ରୁ ଲଗାତାର ଓଡ଼ିଶା ବିଧାନ ସଭାକୁ ୫ ଥର ନିର୍ବାଚିତ ହୋଇଥିଲେ I ଏହି ଅବସରରେ ଶ୍ରୀ ମିର୍ଦ୍ଧା ଙ୍କ ପୁଅ ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ଦିଲୀପ ମିର୍ଦ୍ଧା, ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ମିଶ୍ର, ବିଶିଷ୍ଟ ସମାଜସେବୀ ଉଜାଗର ବାରିକ ପ୍ରମୁଖ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ