Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦାରେ ପଡିଲା ବିଜେଡିର ମାଗଣା ବିଜୁଳି ଇସ୍ତାହାର !

ସମ୍ବଲପୁର,(ଡା.ରାଜାରାମ ଷଡଙ୍ଗୀ):ଅତି ଆବଶ୍ୟକ ବିଜୁଳିକୁ ନେଇ ରାଜନିତି ଥମିନି।ଏହା ସତ ବିଜୁଳି ପାଇଁ ସବୁ ରାଜନୈତିକ ଦଳର ଇସ୍ତାହାର ନୂଆଁ କଥା କହୁଛି।ହେଲେ ଓଡିଶାରେ ୨୪ ବର୍ଷ ଶାସନ କରିଥିବା ବିଜେଡି ସରକାର କିନ୍ତୁ ବଡ ଚକମା ଦେଖାଇ ଭୋଟରଙ୍କୁ ବିଭ୍ରାନ୍ତ କରୁଥିବା ଭଳି ଏକ ବଡ ନଜର ସାମ୍ନାକୁ ଆସିଛି।
ଗତ ୯ ତାରିଖ ଦିନ ବିଜେଡି ନିଜର ଇସ୍ତାହାର ପ୍ରକାଶ କରିଛି।ସେହି ଇସ୍ତାହାରରେ କହିଛି ଓଡିଶାରେ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ମିଳିବ।୧୦୦ ରୁ ୧୫୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଉପରେ ବିଦ୍ୟୁତ ଉପଭୋକ୍ତା ରିହାତି ପାଇବେ।ଓଡିଶାରେ ଏବେ ୭୫% ପରିବାର ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଥିବାରୁ ବହୁ ସଂଖ୍ୟାରେ ଲୋକ ଏହା ଦ୍ୱାରା ଉପକୃତ ହେବେ ବୋଲି ୨୦୨୪ ଇସ୍ତାହାର ରେ ବିଜେଡି ଉଲ୍ଲେଖ କରିଛି।
ବିଜେଡି ତା’ର ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ଏଭଳି ପ୍ରଲୋଭିତ ପ୍ରତିଶୃତି ଦେଇଥିବା ବେଳେ ୧୪ ତାରିଖର ବିଭିନ୍ନ ମୁଦ୍ରିତ ଗଣ ମାଧ୍ୟମର ପ୍ରଥମ ପୃଷ୍ଟାରେ ବିଜେଡିର ବିଜ୍ଞାପନ କିନ୍ତୁ ଭିନ୍ନ କଥା କହୁଛି।ବଡ ପୁଣି ହଳଦିଆ ଅକ୍ଷରରେ ଲେଖା ହୋଇଛି ମାଗଣା ବିଜୁଳି।ପୁଣି ଜୁଲାଇରୁ ଓଡିଶାର ୯୦% ପରିବାର ପାଇବେ ମାଗଣା ବିଜୁଳି ବୋଲି ୫ଟି ନବୀନ ଗ୍ୟାରେଣ୍ଟି ମୁଦ୍ରିତ ଅଧିକାଂଶ ପ୍ରମୂଖ ଖବର କାଗଜର ଦରଖଣ୍ଡିଆ ପ୍ରଥମ ପୃଷ୍ଟାରେ ଏହା ପ୍ରକାଶ କରିଛି।ପୁଣି ଲୋକସଭା ଓ ବିଧାନସଭା ପାଇଁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେବାକୁ ଅନୁରୋଧ କରିବା ଆଗଧାଡିରେ ପୁଣି ଉଲ୍ଲେଖ ଅଛି ଚାଷୀଙ୍କ ପାଇଁ ମାଗଣା ବିଜୁଳି।
ନିର୍ବାଚନୀ ଇସ୍ତାହାର ଓ ବିଜ୍ଞାପନରେ ମୁଳରୁ ୫ଟି ଫେଲ ମାରିଛି।୫ଟିର ନିରପେକ୍ଷତା ଓ ପ୍ରକୃତ କାମ ଉପରେ ସନ୍ଦେହ ପ୍ରକାଶ ପାଇବା ସହିତ ବିଭିନ୍ନ ଅଞ୍ଚଳରେ ପ୍ରାକାଶିତ ଖବର କାଗଜରେ ଭିନ୍ନ ଭିନ୍ନ ବିଜ୍ଞାପନ ପ୍ରକାଶ ପାଉଛି।ଉପକୂଳ ଅଞ୍ଚଳରେ ପ୍ରକାଶିତ ଖବର କାଗଜର ବିଜେଡି ବିଜ୍ଞାପନ ମଧ୍ୟ ଭିନ୍ନ ଇସାରା ଦେଉଛି। ତେଣୁ ବିଜେଡିର ନିର୍ବାଚନୀ ଇସ୍ତାହାର ସାଧାରଣ ଭୋଟର ପାଖରେ ନପହଞ୍ଚିଲେ ଭିନ୍ନ ଯାଗାରେ ଭିନ୍ନ ଭିନ୍ନ ଭୋଟ ପଡିବ ଓ ଏଥିରେ ବିଜେଡିର ୫ଟି ନାମରେ ଲୋକଙ୍କୁ ଭକୁଆ ତିଆରି ପ୍ରୟାସ ନିଜ ପାଇଁ ମସ୍ତବଡ ବୁମେରାଂ ସାଜିବ ଏଭଳି କାହିଁକି ପୁର୍ବାନୁଭାଷ ଆଜିଠୁ ମିଳିଲାଣି।
ଓଡିଶାର ଅତି ବିଚକ୍ଷଣ ଓ ୫ଟି ଆଧାରକୁ ନେଇ ନିଜ ନିର୍ମଳ ଭାବମୂର୍ତ୍ତି ପ୍ରଦର୍ଶନ କରୁଥିବା ମୁଖ୍ୟମନ୍ତ୍ରୀ କାଳ ବିଳମ୍ଭ ନକରି ନିଜର ଚିରାଚରିତ ଭାଷଣ ପକ୍ରିୟାରୁ ଟିକେ ଦୂରକୁ ଆସି ବିଜୁଳି ବିଭ୍ରାନ୍ତ ନେଇ ଯଦି ଆସନ୍ତା କାଲି ସ୍ପଷ୍ଟ ବାର୍ତ୍ତା ଦେଇପାରିବେ ତେବେ ଜଣାପଡିବ ବିଜେଡିର ଅସଲ ଉଦ୍ଦେଶ୍ଯ କ’ଣ ? ନଚେତ ଆପଣ ମାନେ ଖୁସୀତ ଭଳି କୌତୁକିଆ କଥାରେ ଓଡିଶାର ଜନସାଧାରଣ ପୁନଃର୍ବାର ବଳି ପଡିବେ ନା ଏଭଳି ଆଶ୍ଚର୍ଯ୍ୟ ଜନକ ସନ୍ଧିହାନ ଭିତରେ ବିଜେଡି ୨ ମୁଣ୍ଡିଆ ଜୋକ ହୋଇ ୨୪ ବର୍ଷ ଧରି ଯେମିତି ବ୍ୟବହାର କରୁଛି,ସେଭଳି ଓଡିଶା ବାସୀଙ୍କୁ ପୁଣିଥରେ ଗୋଡେଇ ତୋଡାଇ ମାରିବ ? ନାଁ ନିଜ ଭୁଲ ସୁଧାରି ଆସନ୍ତା କାଲି ସ୍ପଷ୍ଟ କଥା କହି ନବୀନ ଭୋଟରଙ୍କ ମନ ଜିଣିବେ ତାହା ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ