Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

‘ମୋ ବୁଥ’ ଆପ୍ ଉନ୍ମୋଚିତ, ସହରାଞ୍ଚଳ ଭୋଟରଙ୍କୁ କରିବ ସଚେତନ

ଭୁବନେଶ୍ବର: ଦେଶରେ ଚାଲିଛି ଗଣତନ୍ତ୍ରର ମହାନ ପର୍ବ । ୫ ବର୍ଷ ପରେ ପୁଣି ଥରେ ନିଜ ପାଇଁ ନେତା ବାଛୁଛନ୍ତି ଜନତା । ଦେଶରେ ଚତୁର୍ଥ ପର୍ଯ୍ୟାୟ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହାରି ଭିତରେ ଲୋକଙ୍କୁ ସଚେତନ କରିବାକୁ ନିର୍ବାଚନ କମିଶନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ଓଡ଼ିଶାରେ ଉନ୍ମୋଚିତ ହୋଇଛି ‘ମୋ ବୁଥ୍’ ଆପ୍ । ସିଇଓ ନିକୁଞ୍ଜ ବିହାରୀ ଦଳ ଏହାକୁ ଉନ୍ମୋଚନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତ ଏହି ଆପ୍ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ କାମ କରିବ । ଏହି ଆପ ଜରିଆରେ ଭୋଟର ଭୁବନେଶ୍ବରରେ ସେମାନଙ୍କ ବୁଥ ଲୋକେସନ ପାଇ ପାରିବେ ।
ଆପ୍ ଓ ଓ୍ବେବସାଇଟ ମାଧ୍ୟରେ ବୁଥ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ । ଏହା ଭୋଟରଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଆପ ଜରିଆରେ ମତଦାନ କେନ୍ଦ୍ରରେ ସେ ସମୟରେ କେତେ ଜଣ ମତଦାତା ଅଛନ୍ତି, ତାହା ମଧ୍ୟ ଜାଣିହେବ । ଏପରିକି ବୁଥରେ କେତେ ଜଣ ଅଧିକାରୀ ଅଛନ୍ତି ତାହା ବି ଜାଣିହେବ । ବିଶେଷ କରି ସହରାଞ୍ଚଳର ଭୋଟରଙ୍କ ସୁବିଧା ପାଇଁ ଏହି ଆପ୍ କାମ କରିବ ।