Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍କର୍ପିଓ ଗାଡି ରୁ ନଗଦ ୩ ଲକ୍ଷ ୪୦ ହଜାର ଟଙ୍କା ଜବତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାରେ ବିନିକା ଥାନା ଅଞ୍ଚଳରେ ନିର୍ବାଚନ ପାଇଁ ଗାଡ଼ିମଟର ଗୁଡ଼ିକୁ କଡା କଡି ଭାବରେ ଯାଞ୍ଚ ଚାଲିଛି।ଏହି ଅବସରରେ କାଲି ସନ୍ଧ୍ୟାରେ ବିନିକା ଏସଏସଟି ଟିମ ଦ୍ବାରା ସଂସାମୁରା- ପଣ୍ଡକିଟାଲ କେନାଲ ରାସ୍ତାର ବିନିକା ଥାନା ଗଣିଆଁ ଫାଣ୍ଡି ଅଧିନସ୍ତ ଗଣିଆଁ ଛକରେ ଗାଡି ମଟର ଗୁଡିକ ଯାଞ୍ଚ ଚାଲିଥିଲା ବେଳେ ଏକ ସ୍କର୍ପିଓ ଗାଡ଼ି ନମ୍ବର ଓଡ଼ି-୧୬ ଏ ୯୦୭୬ ରେ ବିନିକା ଥାନା ସେଲେଡ଼ି ଗ୍ରାମର କୁବେର ପେରା (୪୪) ପଦ୍ମପୁର ଯାଉଥିଲା ସମୟରେ ତାଙ୍କ ଠାରୁ ଏସ୍ଏସଟି ଟିମ୍ ଯାଞ୍ଚ କରି ୩ଲକ୍ଷ ୪୦ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଏଥିରେ ଶ୍ରୀ ପେରା ଟଙ୍କାର କୈଣସି କାଗଜାତ ଦେଖାଇ ପାରି ନ ଥିଲେ । ଆସନ୍ତା କାଲି ବ୍ୟାଙ୍କରେ ଉକ୍ତ ଟଙ୍କା ଜମା କରାହେବ ବୋଲି ବିନିକା ପୁଲିସ ସୂଚନା ଦେଇଛି । ଏହି ଚଡ଼ାଉରେ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେର ଓ ପୁଲିସ ଷ୍ଟାଫ୍ ସାମିଲ ଥିଲେ।