Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ହାତି ବିତ୍ପାତ:ଘର ଭାଙ୍ଗି ଖାଇଲା ଚାଉଳ

ସମ୍ବଲପୁର(କବରାପାଲି): ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଲକରେ ଦିନକୁ ଦିନ ହାତୀ ବିତ୍ପାତ ବଢିବାରେ ଲାଗିଛି।ବ୍ଲକର ବିଭିନ୍ନ ସ୍ଥାନରେ ହାତୀ ଘରକରି ରହିବା ସତ୍ତ୍ୱେ ବନ ବିଭାଗ ନୀରବ ଦ୍ରଷ୍ଟା ହୋଇ ରହିବା ଫଳରେ ଧନ ଜୀବନ ନଷ୍ଟ ହେବାରେ ଲାଗିଛି।
ଗତକାଲି ରାତିରେ ହାତୀ କବରାପାଲି ପଞ୍ଚାୟତ ଘରର ଗେଟ ନଷ୍ଟ କରିଥିବା ବେଳେ ଗାଁ ଚୌକିଦାର ମାୟାଧର କଂସାରୀଙ୍କ ଘର ଭାଙ୍ଗି ଘରେ ଥିବା ଚାଉଳ ସହ ପନିପରିବା ସବୁ ଖାଇଦେଇଥିବା ସେଠାକାର ସରପଞ୍ଚ୍ ଅନ୍ତର୍ଜାମୀ ପ୍ରଧାନ ସୂଚନା ଦେଇଛନ୍ତି।
ଗତ କିଛି ଦିନହେଲା ହାତୀ ବିତ୍ପାତରେ ଯୁଯୋମୁରା ବ୍ଲକ୍ ର ବହୁ ଘର ଦ୍ୱାର ନଷ୍ଟ ହେଉଥିଲେ ସୁଦ୍ଧା ବନ ବିଭାଗ ପକ୍ଷରୁ ଆଶା ଜନକ କ୍ଷତିପୂରଣ ମିଳିପାରୁନାହିଁ। ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ବନ ବିଭାଗର ନିଷ୍କ୍ରିୟତା କାରଣରୁ ବ୍ଲକରେ ହାତି ଉପଦ୍ରବ ଅସହ୍ୟ ହେଉଥିବାରୁ ଦୀର୍ଘ ଦିନ ଧରି ଅନସ୍ଥାନ କରି ରହିଥିବା ବନ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ହଟାଇ ନୂତନ ଅଧିକାରୀ ଓ କର୍ମଚାରୀ ଅବସ୍ଥାପିତ କରିବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ