Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁରୀରେ ମୋଦି ମ୍ୟାଜିକ, ରୋଡ ଶୋ’ରେ ଜନ ସମୁଦ୍ର

ପୁରୀ: ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରୋଡ ଶୋ’ ବେଳେ ବଡ଼ ଦାଣ୍ଡରେ ଜମିଥିଲା ଲକ୍ଷ ଲକ୍ଷ ଲୋକଙ୍କ ଭିଡ ।

ଗତ ରାତିରେ ଭୁବନେଶ୍ୱରରେ ପହଞ୍ଚଥିବା ପ୍ରଧାନମନ୍ତ୍ରୀ ମୋଦି ରାଜଭବନରେ ରାତ୍ରୀ ଯାପନ କରିଥିଲେ । ଆଜି ସକାଳ ୭ଟା ସୁଦ୍ଧା ସେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ । ସେଠାରୁ ସିଧାସଳଖ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ । ୮ଟା ପରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ।

ପ୍ରଧାନମନ୍ତ୍ରୀଙ୍କୁ ପାଖରୁ ଦେଖିବାକୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିବା ଅସମ୍ଭବ ଭିଡ଼ । ବଡ଼ ଦାଣ୍ଡ ପାଲଟି ଯାଇଥିଲା ଜନ ସମୁଦ୍ର। ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀର ବିଜେପି ଲୋକସଭା ପ୍ରାର୍ଥୀ ଡ.ସମ୍ବିତ ପାତ୍ର ବି ରୋଡ ଶୋ’ରେ ସାମିଲ ହୋଇଥିଲେ । ମୁହଁରେ ମୋଦିଙ୍କ ମୁଖା ତଥା ହାତରେ ମୋଦିଙ୍କ ପ୍ଲାକାର୍ଡ ଧରି ଲୋକେ ପ୍ରଧାମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଉଭୟ ପାର୍ଶ୍ୱରେ ଥିବା ଲୋକଙ୍କ ମୋଦି ମୋଦି ନାରାରେ ଚତୁଃର୍ଦିଗ ପ୍ରକମ୍ପିତ ହେଉଥିବା ବେଳେ ମୋଦି ମଧ୍ୟ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।

ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଏହି ରୋଡ ଶୋ’ ଚାଲିଥିବା ବେଳେ ବାଟରେ ଦେଖିବାକୁ ମିଳୁଥିଲା ଓଡ଼ିଶାର ସଂସ୍କୃତିର ଝଲକ । କେଉଁଠି କଳାକାରମାନେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ନିମନ୍ତେ ଗୋଟି ପୁଅ ନୃତ୍ୟ ତ କେଉଁଠି ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିଲେ। ଏହାପରେ ମୋଦି ନିର୍ବାଚନୀ ପ୍ରଚାର ନିମନ୍ତେ ଅନୁଗୋଳ ଅଭିମୁଖେ ଯାଇଥିବା ଜଣାଯାଇଛି।