Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭୀମଭୋଇ ସ୍ମୃତିପୀଠ, କନ୍ଧରାର ଉନ୍ନତି ଓ ଭୀମଭୋଇଙ୍କ ଅଲେଖ ଧର୍ମର ପ୍ରଚାର ପ୍ରସାର ପାଇଁ ପାଣ୍ଡିଆନଙ୍କୁ ଦାବିପତ୍ର ପ୍ରଦାନ

ସମ୍ବଲପୁର:ଭୀମ ଭୋଇ ସ୍ମୃତି,କନ୍ଦରା ର ଉନ୍ନତି,ଭୀମଭୋଇ ଅଲେଖ ଧର୍ମର ପ୍ରଚାର ପ୍ରସାର ପ୍ରଭୃତି ଦାବି ନେଇ ଆଜି ସମ୍ବଲପୁର ପାନ୍ଥନିବାସ ଠାରେ ଏକ ପ୍ରତିନିଧି ଦଳ ଭେଟି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।
ଦାବି ଗୁଡିକ ମଧ୍ୟରେ ପୀଠଭୀମଭୋଇଙ୍କ ଦ୍ୱାରା ରଚିତ ପୁସ୍ତକକୁ ନେଇ ଏକ ଗ୍ରନ୍ଥାଗାର ନିର୍ମାଣ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଛି। କାରଣ ଯେ କୌଣସି ପର୍ଯ୍ୟଟକ ଯେତେବେଳେ ବୁଲିବାକୁ ଆସୁଛନ୍ତି ଭୀମଭୋଇଙ୍କ କିମ୍ବଦନ୍ତୀ ଓ ଜୀବନୀକୁ ଜାଣିବାରେ ତାହା ସହାୟକ ହେବ ବୋଲି ପ୍ରତିନିଧି ଦଳ ଯୁକ୍ତି ରଖିଛନ୍ତି।
ଅନ୍ୟ ପକ୍ଷରେ ଭୀମଭୋଇଙ୍କ ସମସ୍ତ କାର୍ଯ୍ୟକଳାପ, ସାମଗ୍ରୀ ଓ ଧର୍ମ ପ୍ରଚାର ସମ୍ପର୍କିତ ଏକ ସଂଗ୍ରହାଳୟ ସ୍ଥାପନ,ଏକ ପ୍ରାକୃତିକ ଉଦ୍ୟାନ ନିର୍ମାଣ ,ଭୀମଭୋଇଙ୍କ ଏକ ସୁଉଚ୍ଚ ପ୍ରତିମୂର୍ତ୍ତି ପ୍ରତିଷ୍ଠା , ଅଲେଖଧର୍ମୀମାନଙ୍କ ପାଇଁ ଏକ ଭଜନ ମଣ୍ଡପ ନିର୍ମାଣ ,ଅସମ୍ପୂର୍ଣ୍ଣ ଧୂନୀ ମଣ୍ଡପକୁ ସମ୍ପର୍ଣ୍ଣ କରାଯିବା, ସ୍ମୃତିପୀଠର ଚତୁଃପାର୍ଶ୍ବରେ ପାଚେରି ନିର୍ମାଣ କରାଯିବା ନେଇ ଦାବି ପତ୍ରରେ ଉଲ୍ଲେଖ ରହିଛି।
ଆଶା, ଏହି ସବୁ ଦିଗ ପ୍ରତି ଆବଶ୍ୟକ ପଦକ୍ଷେପ ନେଇ ଅଲେଖ ସ୍ବାମୀଙ୍କ କୃପାପ୍ରାପ୍ତ ହୋଇ ଅଞ୍ଚଳରେ ଧର୍ମ ସଂସ୍ଥାପନର ମାର୍ଗ ପ୍ରଶସ୍ତ କରିବା ହେବେ ବୋଲି ପାଣ୍ଡିଆନଙ୍କୁ ଅନୁରୋଧ କରାଯାଇଛି। ଏହି ପ୍ରତିନିଧି ଦଳରେ ବ୍ରହ୍ମ ଅବଧୁତ ଆନନ୍ଦ,ଚନ୍ଦ୍ର ଦାଶ,ବାବା ଗୋକୁଳାନଦ ଦାସ,ବାବା ବୈଷ୍ଣବ ଦାସ,ମହାବୀର ସିଂହଦେଓ ନଟବର ବିଶ୍ୱାଲ ଓ ସାମ୍ବାଦିକ ମୁରଳୀଧର ସେଠୀ ରହି ମହିମା ଧର୍ମ ଓ ଭୀମଭୋଇ ସ୍ମୃତି ରକ୍ଷା ପାଇଁ ଏହି ଦାବି ପତ୍ର ପ୍ରଦାନ କରିଥିଲେ।