Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଲେ ୩୦ ରୁ ଉର୍ଦ୍ଧ୍ବ ସଂଗଠନର କର୍ମକର୍ତ୍ତା

ସମ୍ୱଲପୁର :ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ୫ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ରବିବାର ସମ୍ବଲପୁର ଗସ୍ତ କରିଥିବାବେଳେ ତାଙ୍କୁ ୩୦ ରୁ ଉର୍ଦ୍ଧ୍ୱ ସଂଗଠନର କର୍ମକର୍ତ୍ତାମାନେ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଓଡିଶା ବିଡି ଶ୍ରମିକ ୟୁନିୟନ, ଓଡିଶା ଗଣ ସାମଜ, ମାରୱାଡି ସମାଜ, ବୁର୍ଲା ୱାର୍ଡ ଲିଡର, ସବୁଜ ସମ୍ବଲପୁର ମହାସଂଘ, କୁଚିଣ୍ଡା କିଷାନ ସମାଜ, ଯୁବ ସମ୍ବଲପୁର, ରୋଢାଖୋଲ ଭୀମଭୋଇ ସ୍ମୃତିପୀଠର ଅଲେଖ ମହିମା ଧର୍ମାବଲମ୍ବୀ, ସମ୍ବଲୁପୁର ହକି ଏସୋସିଏସନ, ଡିଏଲଏଫ ମହାସଂଘ, ବିଏଲଏଫ ମହାସଂଘ ଭଳି ଅନେକ ସଂଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ପାନ୍ଥନିବାସରେ ଭେଟି ତାଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କ ଅଞ୍ଚଳର ସମସ୍ୟା ସର୍ମ୍ପକରେ ଶ୍ରୀ ପାଣ୍ଡିଆନଙ୍କୁ ଜଣାଇଥିଲେ । ସଂଗଠନର କର୍ମକର୍ତ୍ତାମାନଙ୍କ କଥାଶୁଣି ଶୀଘ୍ର ତାଙ୍କର ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ବିଜୁ ଜନତା ଦଳକୁ ଆଶୀର୍ବାଦ କରିବାକୁ ଶ୍ରୀ ପାଣ୍ଡିଆନ କର୍ମକର୍ତ୍ତାମାନଙ୍କୁ ନିବେଦନ କରିଥିଲେ । ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ କହିଥିଲେ । ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ପାଇଁ ଅନେକ ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବିଶେଷ କରି ସମ୍ବଲପୁର, ହୀରାକୁଦ, ବୁର୍ଲା ଓ ରେଙ୍ଗାଲିକୁ ନେଇ ଏକ ବିରାଟ ମହାନଗର ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଏକ ସମୃଦ୍ଧ ସମ୍ବଲପୁର ଗଢିବାକୁ ହେଲେ ଶଙ୍ଖ ଚିହ୍ନରେ ଦୁଇଥର ଭୋଟ ଦେବାକୁ କହିଥିଲେ ।ପ୍ରକାଶ ଯେ ରବିବାର ଦିନ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁରର ଗସ୍ତ କରି ଜନସମାବେଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସନ୍ଧ୍ୟାରେ ମେଗା ରୋଡ ସୋ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ