Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନତା ଦେଖାଇଲେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ,

କାଳ ବୈଶାଖୀ ରେ ଉଡିଥିଲା ଛପର ଖବର ଶୁଣି ରାତି ଅବିଳମ୍ବେ ପହଞ୍ଚିଲେ। ହାଟଡିହି ଦୁଇ ଦିନ ପୂର୍ବରୁ ସନ୍ଧ୍ୟା ରେ କାଳ ବୈଶାଖୀ ରେ ହାଟଡିହି ପଞ୍ଚାୟତ ତରଗଡିଆ ଗାଁ ର ଜଳଧର ସେଠୀ ଙ୍କ ଆଜବେଷ୍ଟସ ଘର ଟିର ସମ୍ପୂର୍ଣ୍ଣ ଛପର ଟି ଉଡ଼ି ଯାଇଥିଲା ବେଳେ ଉକ୍ତ ଘରର ମୂରବୀ ଜଳଧର ସେଠୀ ଦିର୍ଘ୍ ଦିନ ହେଲା ପାରାଲିଶିସ୍ ରୋଗ ରେ ପୀଡ଼ିତ ଥିବାରୁ ସେ ଘରେ ସୋଇଥିବା ଅବସ୍ଥା ରେ କାଳ ବୈଶାଖି ଏହିପରି ତାଣ୍ଡବ ରଚିଥିଲା । ଯାହା କି ଖବର ଶୁଣି ପରେ ତାଙ୍କ ର ସମ୍ପୂର୍ଣ୍ଣ ଘର ଟି ନଷ୍ଟ ହୋଇଯାଇ ଥିବା ଆସି ଦେଖିଥିଲେ। ଏବଂ କିପରି ଶୀଘ୍ର ଘର ଟି ମରାମତି କରାଯିବ ସେ ବିଷୟ ରେ ତହସିଲ ଦାର୍ ଙ୍କ ସହ କଥା ହେଇଥିଲେ। ଯାହାକୁ ଜଳଧର ସେଠୀ ପତ୍ନୀ ଗୋଲାପ ସେଠୀ ମରାମତି ପାଇଁ ସରକାରଙ୍କୁ ନିବେଦନ କରିଥିଲେ। ଏହି ଖବର ଶୁଣି ସାବିତ୍ରୀ ସେଠୀ ଆସି ଥିବାରୁ ତାଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ