କୁଚିଣ୍ଡାରେ ତଥାଗତ ବୁଦ୍ଧଙ୍କ ଜୟନ୍ତୀ ପାଳିତ, ପ୍ରତିମୂର୍ତ୍ତି କୁ ସ୍ନାନ କରାଇବା ସହ ସଫେଇ କଲେ ସ୍ବେଛାସେବୀ

ସମ୍ବଲପୁର(କୁଚିଣ୍ଡା):କୁଚିଣ୍ଡା ସହର ପଞ୍ଚମୁଖୀ ଛକରେ ସ୍ଥାପିତ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଜାଳି, ପୁଷ୍ପାଞ୍ଜଳି ଦେଇ ଓ ସାମାଜିକ ସମାନତା ପ୍ରତିଷ୍ଠା ପାଇଁ ବିଭନ୍ନ ସ୍ଲୋଗାନ ଦେଇ ତଥା ଗତ ବୁଦ୍ଧ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ର ମୁଖ୍ୟ ସଂଯୋଜକ ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱ ଓ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷକ ସୁରୁମନୀ ସୁନାନୀ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଦଳିତ ନେତା ଜୟନାରାୟଣ ଛୁରା, ବି ଜେ ଡି ନେତା ଭୀମରାଜ ପ୍ରସାଦ, ସାମାଜିକ କର୍ମୀ ସରୋଜ ମେହେର,ଶିକ୍ଷକ କେଦାର ଲୁହା, କଵି ରାମ ଚରଣ ରାୟଙ୍କ ସମେତ କୁଚିଣ୍ଡା, ଜମନକିରା, ବାମରା, ରେଙ୍ଗାଳିରୁ ଆସିଥିବା ଅନୁଷ୍ଠାନ ର ସ୍ବେଛାସେବୀ ଗଣ ଭାଷଣ ଦେଇ ତଥାଗତ ଏସିଆ ର ଆଲୋକ ଥିଲେ ଏବଂ ସମଗ୍ର ବିଶ୍ୱର ପୂଜ୍ୟ ବୋଲି ବର୍ଣ୍ଣନା କରିଥିଲେ ।କାର୍ଯ୍ୟକ୍ରମ ପୂର୍ବରୁ ଶ୍ରୀ ନାୟକଙ୍କ ସହ ସହରବାସୀ ଓ ସେଚ୍ଛାସେବୀ ଗଣ ବୁଦ୍ଧଙ୍କ ପ୍ରତିମୂର୍ତ୍ତି କୁ ସର୍ଫ ପାଣିରେ ସ୍ନାନ କରାଇବା ସହ ପ୍ଲାଷ୍ଟିକ ଦ୍ରବ୍ୟ ସବୁ ସଫା କରିଥିଲେ । ଶେଷରେ ଅବସରପ୍ରାପ୍ତ ରେଭେନ୍ୟୁ ଇନିସ୍ପେକ୍ଟର ଶ୍ରୀ ଜଗନ୍ନାଥ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।