Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସନ୍ଥ କଵି ଭୀମ ଭୋଇ ଙ୍କ ଜୟନ୍ତୀ ପାଳିତ

ସମ୍ବଲପୁର(କୁଚିଣ୍ଡା):ବୈଶାଖ ପୂର୍ଣ୍ଣିମା ଉପଲକ୍ଷେ ସନ୍ଥ କଵି ଭୀମ ଭୋଇଙ୍କ ଜୟନ୍ତୀ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ପାଳିତ ହୋଇ ଯାଇଛି। ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ,ସାମାଜିକ କର୍ମୀ ଜୟ ନାରାୟଣ ସିଂ, ଶ୍ରଦ୍ଧାକର ଜୟପୁରିଆ, ଶିକ୍ଷକ ସୂରୁମଣି ସୁନାନୀ ଓ ପୂର୍ବ ବ୍ଲକ ଆଧ୍ୟକ୍ଷ କରୁଣାକର କିସାନ ଓରମୁଖ ଯୋଗ ଦେଇ ସନ୍ଥ କଵି କେବଳ ସନ୍ଥ ନୁହେଁ ଜଣେ ସମାଜବାଦୀ ଚିନ୍ତା ନାୟକ ଥିଲେ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ବୁଦ୍ଧ ଜୟନ୍ତୀ ଉପଲକ୍ଷେ ଗୌତମ ବୁଦ୍ଧଙ୍କୁ ମଧ୍ୟ ଶ୍ରଦ୍ଧ ସୁମନ ଅର୍ପଣ କରା ଯାଇଥିଲା। ସଭାପତି ଶ୍ରୀ ନାୟକ ଟଙ୍କା ଭାଷଣ ରେ ଭୀମ ଭୋଇ ସାହିତ୍ୟରେ ଥିବା ସମନତାର ବାର୍ତ୍ତା ସମ୍ପର୍କରେ ସୂଚନା ଦେଇଥିଲେ।ପ୍ରାରମ୍ଭର ପରିଷଦ ର ଉପ ସଭାପତି ରମେଶ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଧରଣୀ ବାଘ ଧନ୍ୟବାଦ ଅର୍ପଣ କରିଥିଲେ।