Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଇତିହାସ ରଚିଲା ଗଞ୍ଜାମ; ମିଳିଲା ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର

ଗଞ୍ଜାମ: ଇତିହାସ ରଚିଲା ଗଞ୍ଜାମ। ଦେଶର ସବୁ ଜିଲ୍ଲାକୁ ପଛରେ ପକାଇ ସର୍ବାଗ୍ରେ ରହିଛି ଗଞ୍ଜାମ। ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ଗଞ୍ଜାମ ଜିଲ୍ଲାକୁ ମିଳିଲା ୨୦୨୩ ଜାତୀୟ ପଞ୍ଚାୟତ ପୁରସ୍କାର। ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଓ ଟିମ୍ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ସେହିପରି ୬ହଜାର ୬୧୨ ବ୍ଲକ୍ ମଧ୍ୟରେ ହିଞ୍ଜିଳିକାଟୁ ପାଇଛି ‘ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’ ସମ୍ମାନ। ହିଞ୍ଜିଳି ବ୍ଲକର କଞ୍ଚୁରୁ ପଞ୍ଚାୟତ ଦେଶର ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତର ସ୍ବୀକୃତି ପାଇଛି। ଶାସନ ଆମ୍ବଗାଁ ହୋଇଛି ଦ୍ବିତୀୟ ଶ୍ରେଷ୍ଠ ସ୍ବଚ୍ଛ ଓ ସବୁଜ ପଞ୍ଚାୟତ। ସାମାଜିକ ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକର କୁଲାଡ଼ ପଞ୍ଚାୟତ ହୋଇଛି ଦେଶର ଦ୍ବିତୀୟ ଶ୍ରେଷ୍ଠ ପଞ୍ଚାୟତ।