Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ରାଗ ରେ ହାଟଡିହି ସରପଞ୍ଚ ଙ୍କ ବାଇକ୍ ଭାଙ୍ଗିଲେ ବିରୋଧୀ।

ହାଟଡିହି ଗତ କାଲି ତୃତୀୟ ପର୍ଯ୍ୟାୟ ମତଦାନ ରହିଥିଲା। ବିଭିନ୍ନ ଜାଗା ରେ ହୋଇଥିବା ବୁଥ ମାନଙ୍କ ରେ ଲୋକ ମତଦାନ ଶାନ୍ତି ଶୃଙ୍ଖଳା ରେ ସାବ୍ୟସ୍ତ କରୁଥିଲେ। କିଛି କିଛି ସ୍ଥାନ ରେ ଉତେଜନା ପ୍ରକାଶ ପାଇଥିଲା ଯାହାକୁ ନେଇ ଗତକାଲି ବିଳମ୍ବିତ ରାତିରେ ହାଟଡିହି ସରପଞ୍ଚ ଚିନ୍ମୟ କୁମାର ନାୟକ ଙ୍କ ଏଭିଏଟର ସ୍କୁଟି ଗାଡ଼ି ଯାହାର ନମ୍ବର ୪୫୯୫ ତାକୁ କିଛି ହୀନ ମାନସିକତାର ବ୍ୟକ୍ତି ଭାଙ୍ଗି ଦେଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ସିସି ଟିଭି ଯାଞ୍ଚ ଜାରି ରହିଛି। କଂଗ୍ରେସ ଓ ବିଜେପି ହାରିବା ଭୟ ରେ କର୍ମୀ  ମାନଙ୍କ ଦ୍ଵାରା ଏପରି ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି । ହାଟଡିହି ସରପଞ୍ଚ ଙ୍କୁ ଟାର୍ଗେଟ ରେ ରଖି ଏପରି ଗଣ୍ଡଗୋଳ ସୃଷ୍ଟି କରୁଥିବାରୁ ପୋଲିସ କଂଗ୍ରେସ ର କର୍ମୀ ଓ  ବିଜେପି କର୍ମୀ ମାନଙ୍କୁ ଗିରଫ କରୁନାହିଁ, ଯାହାକୁ ନେଇ ଅଞ୍ଚଳ ରେ ରାଜନୈତିକ ହିଂସା ଧୀରେ ଧୀରେ ମନରେ କୁହୁଳି ବାରେ ଲାଗିଛି। ଏହାକୁ ନେଇ ପୋଲିସ ର ଆଖି ଦୃଷ୍ଟିୟା ପଦକ୍ଷେପ ଦେଖିବାକୁ ମିଳୁ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ