Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ବାଇକ,୪ ମୋବାଇଲ ସହ ବାଘ ଛାଲ ଜବତ:୫ ଗିରଫ,୨ ଫେରାର

ନୂଆପଡ଼ା:ଖଡିଆଳ ବନଖଣ୍ଡ ବିଭାଗ ଅଧିନସ୍ତ ସାନମହେଶ୍ୱର୍ ସେକ୍ସନ ହରିପୁର ଗ୍ରାମ ଠାରେ ଏକ କଲରାପତରିଆ ବାଘ ଛାଲକୁ ବିକ୍ରି ପାଇଁ ଗ୍ରାହକ ସହ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ବନ ବିଭାଗ ସମସ୍ତଙ୍କୁ କାବୁ କରିଛି। ଘଟଣା ସ୍ଥଳ ରେ ଚଢାଉ କରି ବାଘ ଛାଲ ଜବତ୍ କରିଥିବା ବେଳେ ବାଘ କୁ ମାରି ବିକ୍ରି କାରବାରରେ ଲିପ୍ତ ଥିବା ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।ହେଲେ ବନ ବିଭାଗ ସେମାନଙ୍କୁ କେବେ ଧରିବକି ନାଁ ଛାଡିଦେବ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବାଗ ଟି ୪ ବର୍ଷ ହୋଇଥିବା ଅନୁମାନ କରିଛି ବନ ବିଭାଗ। ସେହିପରି ଘଟଣା ସ୍ଥଲରୁ ୨ଟି ବାଇକ୍, ୪ ଗୋଟି ମୋବାଇଲ ଫୋନ ଜବତ କରି ଏହାର ଯାଞ୍ଚ କରି ବନ ବିଭାଗ ସମସ୍ତଙ୍କୁ ଧରି ନିଜର ଦକ୍ଷତା ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ରବିବାର ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।କଲରାପତରିଆ ବାଘକୁ ମାରି ଛାଳ ବିକ୍ରି ପାଇଁ ସଲାସତୁରା ସିନା ହେଲା,ତେବେ ଏହାର ଦାନ୍ତ,ନଖ,ମାଂସ,ହାଡ ସବୁ କୁଆଡେ ଗଲା ତାକୁ ନେଇ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ବନ ବିଭାଗ ଭୁଲି ଯିବା ଉଚିତ ହେବ ନାହିଁ। ପଡୋଶୀ ଛତିଶଗ଼ଡ଼ ସୀତା ନନ୍ଦୀ ଅଭୟାରଣ୍ୟରୁ ବନ ବିଭାଗକୁ ଖବର ମିଳିଥିଲା। ଏହାର ବିକ୍ରି ପାଇଁ ଗ୍ରାହକ ଯୋଗାଡରେ ଥିଲେ।ଏଭଳି ସୂଚନା ପାଇ ବନ ବିଭାଗର ରେଞ୍ଜର ସଂସ୍କୃତି ବଡ଼ ନାଏକ, ଫରେଷ୍ଟର ଧର୍ମେନ୍ଦ୍ର ନାଏକ, କନ୍ଦର୍ପ ସୁନାନୀ, ମିତାରଣି ସାହୁ, ନରେଶେ ଦଣ୍ଡସେନା ସହ ବହୁ କର୍ମଚାରୀ ଏହି ଚଢାଉରେ ସାମିଲ ରହି ସଫଳତା ହାସଲ କରିଥିଲେ ସତ କିନ୍ତୁ ଜବତ ବାଘ ଛାଳର ଅନ୍ୟ ଅଂଶ ବିଶେଷ କେଉଁଠି କେମିତି ବ୍ୟବହାର ହୋଇଛି ତାର ମଧ୍ୟ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇ ବନ ବିଭାଗ ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ