Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଛ ପଡାରେ ବିଶ୍ୱ ଋତୁସ୍ରାବ ଦିବସ

ସମ୍ବଲପୁର:ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୂତାପଡ଼ା ତରଫରୁ ବରଗଛ ପଡ଼ା ଠାରେ ବିଶ୍ଵ ଋତୁ ଚକ୍ର ସ୍ୱଚ୍ଛତା ସଚେତନତା ଦିବସ ପାଳନ କରାଯାଇଥିଲା। ଏଥିରେ ଏଠାରେ ଥିବା ଗୌରାଙ୍ଗ ମହିଳା ଆରୋଗ୍ୟ ସମିତି, ଓଃମ ଶାନ୍ତି ମହିଳା ଆରୋଗ୍ୟ ସମିତି,ଆଶା କର୍ମୀ ମାନେ, ସ୍ୱଚ୍ଛ ସାଥୀ ତଥା କିଶୋରୀ ବାଳିକା ମାନେ ଯୋଗଦାନ କରିଥିଲେ।ମହିଳା ସ୍ୱାସ୍ଥ୍ୟ କର୍ମୀ ମୀରା ରାଣୀ ନାୟକ ବିଶ୍ଵ ଋତୁସ୍ରାବ ଦିବସ ପାଳନର ତାତ୍ପର୍ୟ୍ଯ ଏହାର ସ୍ୱଚ୍ଛତା, ସଚେତନତା , ରକ୍ତହୀନତା ଉପରେ ଆଲୋକପାତ କରିଥିଲେ। ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସଞ୍ଜୀବ ପ୍ରଧାନ ଏହି କେନ୍ଦ୍ର ରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଗୁଡିକ ତଥା କିଶୋରି ବାଳିକା ମାନଙ୍କର ସ୍ବାସ୍ଥ୍ୟ ଉପରେ ଋତୁଚକ୍ରର ପ୍ରଭାବ ତଥା ସାନିଟାରୀ ପେଡ ଉଚିତ୍ ବ୍ୟବହାର ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ କିଶୋରି ବାଳିକା ମାନଙ୍କୁ ସାନିଟାରୀ ପାଡ ବଣ୍ଟନ କରାଯାଇଥିଲା ଗୌରାଙ୍ଗ ମହିଳା ସମିତି ପକ୍ଷରୁ ସମସ୍ତ କିଶୋରି ବାଳିକା ମାନେ କିପରି ଏହି ସମୟରେ ଅଧିକ ସତର୍କ ତଥା ସଚେତନ କରାଯାଇପାରିବ ସେ ସମ୍ପର୍କରେ ଏକ ଆଲୋଚନା ଚକ୍ର କରାଯାଇଥିଲା। ମହିଳା ଆରୋଗ୍ୟ ସମିତି ର ସଦସ୍ୟ ଅଞ୍ଜଳି ସୁନା, ତୁଳସା ରଝଂସ୍, ଜୁଲି ନାଗ, ମୋହିନୀ ସାହୁ ତଥା ସମସ୍ତ ସଦ୍ୟମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ