Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖୋଜ ମାନସିକ ରୋଗୀ ପାଇଲା ଘର ସାନ୍ନିଧ୍ଯ:ସମ୍ବଲପୁର ରେଡକ୍ରସ ସାଉଁଟିଲା ପ୍ରଶଂସା

ସମ୍ବଲପୁର(ବୁର୍ଲା):ଭିମସାର ମାନସିକ ରୋଗ ବିଭାଗରେ କୃଷ୍ଣଚନ୍ଦ୍ର ନାଏକ ଜଣେ ମାନସିକ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବିଭାଗିୟ ମୁଖ୍ୟ ଡାକ୍ତର ବିରେନ୍ଦ୍ର ନାଏକଙ୍କ ଅଧିନରେ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଥିଲେ। ତେବେ ସୁସ୍ଥ ହେବାପରେ କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତିଆରିବିସି ଖୁଣ୍ଟପାଲି ଗାଁର ଓ ସ୍ବର୍ଗତ୍ ରାଘବ ନାଏକଙ୍କ ସେ ପୁଅ ବୋଳି ପରିଚୟ ଦେଇଥିଲେ।ଏହାକୁ ଆଧାର କରି ସଂପୃକ୍ତ ଅଞ୍ଚଳର ଥାନା ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା। କୃଷ୍ଣଚନ୍ଦ୍ର ମାନସିକ ବିକୃତି କାରଣରୁ ୩ ବର୍ଷ ଆଗରୁ ସେ ଘରୁ କେଉଁଆଡେ ଚାଳିଯାଇଥିବା ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିବା ଜଣାପଡ଼ିଥିଲା। ଏଥିସହ କୃଷ୍ଣଚନ୍ଦ୍ର ତାକୁ ନିଜ ଘରେ ପହଞ୍ଚାଇବାକୁ ଭିମସାର ଅଧିକ୍ଷକଙ୍କୁ ଅନୁରୋଧ କରିଥିଲା। ପରେ ଏନେଇ ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କ ପରାମର୍ଶକ୍ରମେ ରେଡକ୍ରସ ପୁଷ୍ଠପୋଷକ ନିହାଲ ସିଂ ସହ ଆଲୋଚନା କରି ସୁସ୍ଥ୍ୟ ବ୍ୟକ୍ତି କୃଷ୍ଣଚନ୍ଦ୍ର ନାଏକଙ୍କୁ ତାଙ୍କ ଘରେ ପହଞ୍ଚାଇବାକୁ ଦାୟିତ୍ଵ ଦିଆଯାଇଥିଲା । ଏନେଇ ରେଡକ୍ରସ ଉପ ପୁଷ୍ଠପୋଷକ ମୋମିନା ଖାତୁନ ଓ ରେଡକ୍ରସ ଆଜୀବନ ସଭ୍ୟ ରିଜୱ।ନ ଅହମ୍ମଦ ଭିମସାର ମାନସିକ ରୋଗ ବିଭାଗରୁ ସୁସ୍ଥ ବ୍ୟକ୍ତି କୃଷ୍ଣଚନ୍ଦ୍ର ନାଏକଙ୍କୁ ନେଇ ପୋଲିସ ଉପସ୍ଥିତରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପହଞ୍ଚାଇ ଥିବା ନେଇ ସୂଚନା ମିଳିଛି। ଏ ନେଇ ସଦର ଥାନା ଅଧିକାରୀ ଲିଖିତ ସୂଚନା ଦେବା ସହିତ ସମ୍ବଲପୁର ରେଡକ୍ରସର ଏହି ଭୂମିକାକୁ ପ୍ରଶଂସା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ