Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପ ଛେଉଣ୍ଡ ପୁଅର ବଢ଼ୁଛି ଦୁଃଖ: ସାହା ପାଇଁ କେହି ନାହିଁ ?

ସମ୍ବଲପୁର: ଯୋଜନା ଉପରେ ଯୋଜନା ।ବିଜୁ ସୁରକ୍ଷା କଲ୍ୟାଣ ଠାରୁ ରାଷ୍ଟ୍ରିୟ ବାଳ ସୁରକ୍ଷା ଯୋଜନା ।ହେଲେ ଜଣେ କୋମଳମତି ୧୨ ବର୍ଷର କିଶୋର ବାଳକର ୩ ବର୍ଷ ହେଲା ଘା ଶୁଖୁନି।ବରଂ ଏହି ଘା ଭବିଷ୍ୟତରେ ତା ପାଇଁ କାଳ ସାଜିବା ଆଶଙ୍କା ଥିଲେବି ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ନିଘା ନାହିଁ ।
ଯୁଯୋମୁରା ବ୍ଲକ୍ ନୂଆବରଙ୍ଗାମାଲ ଗ୍ରାମ ପଞ୍ଚାୟତର କଳ୍ପା ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଏଭଳି ଦୁଃଖରେ ନୀବନ କଟାଉଥିବା ନଜରକୁ ଆସିଛନ୍ତି।ଛାତ୍ରଙ୍କ ନାମ ହେଉଛି ରସାଲ ଡୁଙ୍ଗଡୁଙ୍ଗ(୧୨)।ପିଲାଟି ଦିନରୁ ବାପଛେଉଣ୍ଡର ସାହା ଭରସା ତା ମାଁ ନିରୂପମା ଡୁଙ୍ଗଡୁଙ୍ଗ।ନିଜ ବୟୋବୃଦ୍ଧା ମାଁ ଓ ରସାଲକୁ ନେଇ ନିରୂପମାର ସଂସାର।ଖଟିଲେ ଘର ଚଳେ ।ବହୁ କଷ୍ଟରେ ଜୀବନ ଅତିବାହିତ କରୁଥିବା ଏହି ପରିବାରର ଏକ ମାତ୍ର ପୁଅର ଦୁଃଖରେ ଭାଙ୍ଗିପଡିଲେଣି ପରିବାର।
ମିଳିଥିବା ସୂଚନା ମତେ ୩ ବର୍ଷ ତଳେ ବାମ ଗୋଡର ଆଣ୍ଠୁ ପାଖରେ ଏକ ବ୍ରଣ ଉଠିଥିଲା ।ଏହାର ଚିକିତ୍ସା ବି ହୋଇଥିଲା।କିନ୍ତୁ ଦିନକୁ ଦିନ ଏହା ବଢ଼ିଲା ସିନା ଛାଡିଲାଣି।ଏବେ ସେହି ଘାରୁ ଝରୁଛି ଲସା ପାଣି।ଆଣ୍ଠୁ ଲାଗିଛି ଫୁଲିବାକୁ।ଏଥିପାଇଁ ସ୍କୁଲର ଶିକ୍ଷକ ରାଷ୍ଟ୍ରିୟ ବାଳ ସୁରକ୍ଷା ଯୋଜନାରେ ସ୍କୁଲ ଦ୍ୱାରରେ ସେବା ଯୋଗାଇଥିବା ଭ୍ରାମ୍ଯମାଣ ଚିକିତ୍ସା ୟୁନିଟ ସହିତ ଯୋଗାଯୋଗ କରିଥିଲେ ।ପିଲାଟିର ଏଭଳି ଅବସ୍ଥା ଦେଖି ଯୁଯୋମୁରା ସିଏଚସିକୁ ତାକୁ ପ୍ରେରଣ କରାଯାଇଥିଲା। ଯୁଯୋମୁରା ଡାକ୍ତର ତାକୁ ପୁଣି ସମ୍ବଲପୁର ପ୍ରେରଣ କରିଥିଲେ ।ପିଲାଟିର ରକ୍ତ ପରୀକ୍ଷା କରି ଔଷଧ ଦେଇ ଛାଡିଦେଲେ ସିନା ସ୍ଥାୟୀ ଚିକିତ୍ସା ପାଇଁ କୌଣସି ପଦକ୍ଷେପ ନେଲେନାହିଁ। ବିଏସକେୱାଇ କାର୍ଡ ଧରି ମାଁ ପୁଅ ଏ ଦାଣ୍ଡରୁ ସେ ଦାଣ୍ଡ ଧାଇଁଲେ ସିନା ଉପକାରରେ ଆସିଲାନି କାର୍ଡ କିମ୍ବା କାର୍ଯ୍ୟ ଦକ୍ଷତା ଦେଖାଇପାରିଲାନି ସ୍ୱାସ୍ଥ୍ୟ ବିଭାଗ।ଅବଶ୍ୟ ରାଷ୍ଟ୍ରିୟ ବାଳ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଏହି କୋମଳମତି ଛାତ୍ରର ସୁରକ୍ଷା ପାଇଁ ସମସ୍ତ ଯୋଜନା ଥାଇବି ରସାଲ ପାଉଛି ଦୁଃଖ ।
ସତରେ ଯୋଜନା ଉପରେ ଯୋଜନା ଥାଇବି ଏହି ଭବିଷ୍ୟତର ନାଗରୀକ ପାଇଁ କ’ଣ କୌଣସି ରାସ୍ତା ନାହିଁ ।ନାଁ ସ୍ୱାସ୍ଥ୍ୟ ବିଭାଗ ତାର ଉତ୍ତର ଦାୟିତ୍ୱ ନିର୍ବାହ କରି ରସାଲ ପରିବାରରେ ହସ ଫୁଟାଇବ ତାହାହିଁ ବର୍ତ୍ତମାନ ପାଇଁ ବଡ ପ୍ରଶ୍ନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ