ଚାକିରି ଦେବା ନାମରେ ଟଙ୍କା ସଂଗ୍ରହ:ଜାଲି ଆଇଏଏସ ଅଫିସର ଜେଲ ଗଲେ

ମାଲକାନଗିରି:କୋଭିଡ୍ ସମୟରେ କାମ କରି ଓଡିଶା ସରକାରଙ୍କ ସମ୍ନାନ ରଖିଥିଲେ ଅସଲ ଯୋଦ୍ଧା। ରାଜ୍ୟ ସରକାର ନିଜର କର୍ମଚାରୀ ବୋଲି ନାଁ ଚିହ୍ନି ପାରିଲେ ନାଁ ସ୍ୱୀକୃତି ଦେଲେ? କୋର୍ଟ ଆଳ ଦେଖାଇ ସମସ୍ତଙ୍କୁ ତଡିଦେଲେ ସିନା ସ୍ଥାୟୀ ନିଯୁକ୍ତିରେ ବି କାହାକୁ ଥଇଥାନ କରିପାରିଲେନି।ଏପରିକି ବୈଶେଷିକ ବିଶେଷଜ୍ଞଜ୍ଞୁ ମଧ୍ୟ।ବରଂ ସେମାନେ ତାମିଲନାଡୁ ଭଳି ବିଭିନ୍ନ ରାଜ୍ୟରେ କମ ଦରମାରେ ଦାଦନ ଖଟିଲେ।ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନରେ ଏଭଳି ଘଟଣା ସମସ୍ତଙ୍କୁ ଖରାପ ଲାଗିପାରେ କିନ୍ତୁ ଚକିତ କରିଛି ବୁଦ୍ଧିଜୀବୀ ମହଳରେ।
ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଜକୁ ଜଣେ ଆଇଏଏସ ଅଫିସର ପରିଚୟ ଦେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାକିରୀ କରାଇ ଦେଵା ନାମରେ ମାଲକାନଗିରି ଭଳି ଜିଲ୍ଲାର ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କ ଠାରୁ କୋଟି କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ କରି ଆଜି ଜଣେ ଜାଲି ଆଏଏଏସ ଜେଲ ଯାଇଛନ୍ତି।ଉକ୍ତ ଜାଲି ଆଇଏଏସ ଅଫିସରକୁ ମାଲକାନଗିରି ଥାନା ପୁଲିସ ଭଦ୍ରକରୁ ଗିରଫ କରିଛି।
ମାଲକାନଗିରି ଜିଲ୍ଲା ଏମଭି ୪୨ ଗ୍ରାମର ବିଶ୍ୱଜିତ ଢାଲିଙ୍କ ପତ୍ନୀ କାକଲି ଦତ୍ତଙ୍କ ଏତଲା ଏଭଳି ପର୍ଦ୍ଦାଫାସ କରିଛି।ପୁଲିସ ସୂଚନା ଦେଇ କହିଛି, ମାଲକାନଗିରି ହସ୍ପିଟାଲରେ ଚାକିରୀ କରୁଥିବା ଜଣେ ମହିଳା କାକଲିଙ୍କୁ ଭୁବନେଶ୍ୱରର ମନୋଜ ସୁତାରଙ୍କ ଠିକଣା ଦେଇ କହିଥିଲେ ତାଙ୍କ ସହିତ ଯୋଗାଯୋଗ କଲେ ସେ ତୁମକୁ ହସ୍ପିଟାଲରେ ଷ୍ଟାଫ ନର୍ସ ଚାକିରୀ କରାଇ ଦେବେ। ତାପରେ କାକଲି ମନୋଜ ସୁତାରଙ୍କ ସହିତ ଯୋଗାଯୋଗ କରିଥିଲେ।ସେ ଚାକିରୀ ପାଇଁ ଟଙ୍କା ମାଗିଥିଲେ। ବିଭିନ୍ନ ସମୟରେ କିସ୍ତି ଅନୁସାରେ ମନୋଜ ଦେଇ ଥିବା ଏକାଉଣ୍ଟ କୁ ୪ଲକ୍ଷ୫୦ ହଜାର ଟଙ୍କା ୨୦୨୨ ମସିହାରେ ପଠାଇଥିଲେ କାକଲି । ବର୍ଷ ବର୍ଷ ଧରି ଚାକିରୀନ ହେବା ଓ ଟଙ୍କା ନ ଫେରାଇବାରୁ ଗତ ୨୮/୧୨/୨୦୨୩ ତାରିଖରେ ମାଲକାନଗିରି ଥାନା ରେ କାକଲି ଏକ ଏତଲା ଦେଇଥିଲେ । ଅନ୍ୟ ପକ୍ଷରେ କାଲିମେଳା ଥାନାର ଏମପିଭି ୬ର ଅନିତା ସରକାରଙ୍କୁ ହସ୍ପିଟାଲରେ ଷ୍ଟାଫ ନର୍ସ ଚାକିରୀ କରାଇ ଦେଵା ନାମରେ ୪ ଲକ୍ଷ ଟଙ୍କା ଠକି ନେଇ ଥିବାର ଅନିତା ମାଲକାନଗିରି ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ଏହି ୨ ଅଭିଯୋଗ କ୍ରମେ ମାଲକାନଗିରି ଏସପି ନୀତେଶ ୱାଧାୱନିଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଅନୁଧ୍ୟାନ କାରି ପୁଲିସ ଟିମ ଗଠନ କରାଯାଇ ତଦନ୍ତ ଆରମ୍ବ କରାଯାଇ ଥିଲା । ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଭଦ୍ରକ ଜିଲ୍ଲା ବାସଣ୍ଡା ଥାନା ଅନ୍ତର୍ଗତ ଚାରଢିଆ ଗ୍ରାମର ମନୋଜ ସୁତାର (୪୨) ଏହି ଜାଲି ଆଇଏଏସ ।କଟକ ଓ ଭୁବନେଶ୍ୱର ରେ ଭଡା ଘର ନେଇ ରହି ନିଜକୁ ଜଣେ ଆଇଏଏସ ଅଫିସର ଭାବେ ପରିଚୟ ଦେଇ ବିଭିନ୍ନ ଜିଲ୍ଲାର ନିରୀହ ଯୁବକ ଓ ଯୁବତୀ ମାନଙ୍କୁ ଚାକିରୀ ଯୋଗାଇ ଦେଵା ନାମରେ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇ ବେଶ ରୟାଲ ଜୀବନ ଯାପନ କରୁଥିଲା।
ସାମାଜିକ ଦୁର୍ବଳତାକୁ ମାପକାଠି କରି ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ରାୟଗଡା ଭଳି ଜିଲ୍ଲା ଥିଲା ତାର ବଡ ଟାର୍ଗେଟ୍। ସେହି ଅଞ୍ଚଳର ଯୁବକ ଯୁବତୀଙ୍କୁ ସେ ଅଧିକ ଟାର୍ଗେଟ କରିଥିଲା।କେବଳ ମାଲକାନଗିରି ଜିଲ୍ଲାରୁ ହସ୍ପିଟାଲ ରେ ଷ୍ଟାଫ ନର୍ସ ଓ ପଞ୍ଚାୟତ ଜିପିଓ ଚାକିରୀ କରାଇ ଦେଵା ନାମରେ ଅନେକଙ୍କ ଠାରୁ ପ୍ରାୟ ଦେଢକୋଟି ଟଙ୍କା ଠକିନେଇ ଥିବା ପୁଲିସ ତଦନ୍ତରେ ଧରାପଡିଛି ।
କଟକ ଭୁବନେଶ୍ୱରରେ ଜଣେ ସମାଜ ସେବୀ ଭାବେ କାମ କରୁଛି ବୋଲି ଗାଁରେ କହି ନିଜର ପାରିବା ପଣିଆ ଦେଖାଇ ହୁଅନ୍ତି ସତ ହେଲେ ଆଜିର ଦୁନିଆଁରେ ସମାଜସେବୀଙ୍କୁ ପଚାରେ କିଏ?ମନୋଜର ହାବ ଭାବ ଦେଖି ଓ ଦାମୀ କାର ଯିବା ଆସିବା ଦେଖି ଏହା ସମଗ୍ର ମାଲକାନଗିରି ଜିଲ୍ଲାରେ ଚର୍ଚାର ବିଷୟ ହୋଇଥିଲା।ଯାହା ବହୁ ବିଳମ୍ଭରେ ହେଲେ ମଧ୍ୟ ମାଲକାନଗିରି ପୁଲିସ ଉଚିତ ପଦକ୍ଷେପ ନେଇଛି। ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରୀ ଯୋଗାଇ ଦେଵା କହି ଟଙ୍କା ନେବା ବେଳେ ଭୁବନେଶ୍ୱରର ବଡ଼ ବଡ଼ ହୋଟେଲକୁ ଡାକି ଥାନ୍ତି ଓ ଦାମୀ କାରରେ ସେ ହୋଟେଲରେ ପହଞ୍ଚିଥାନ୍ତି। ପିଲା ମାନେ ତାଙ୍କ ଚେହେରା ଓ ଷ୍ଟାଟସ ଦେଖି ତାଙ୍କୁ ଜଣେ ଆଇଏଏସ ଅଫିସର ଭାବେ ବିଶ୍ୱାସ କରି ଟଙ୍କା ଦେଇ ଦେଉଥିଲେ।ହେଲେ ବର୍ଷ ବର୍ଷ ଧରି ଅପେକ୍ଷା କଲା ପରେ ମଧ୍ୟ ଚାକିରୀ ହେଲା ନାହିଁ କି ଟଙ୍କା ଫେରି ନପାଇବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଠକାମୀର ଶିକାର ହୋଇଥିବା ଯୁବକ ଓ ଯୁବତୀମାନେ।ଏହାକୁ ଆଧାର କରି ମନୋଜ ଉପରେ ପୁଲିସର ତୀକ୍ଷ୍ଣ ନଜର ରହିଥିଲା। ସମ୍ପୂର୍ଣ ତଥ୍ୟ ସଂଗ୍ରହ କଲାପରେ ମାଲକାନଗିରି ଥାନା ସବଇନିସପେକ୍ଟର ପ୍ରଭାତ ଗୌଡ଼ଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ସ୍ୱତନ୍ତ୍ର ପୁଲିସ ଟିମ ଗତ ତିନିଦିନ ତଳେ ଭୁବନେଶ୍ୱର ଓ କଟକ ଯାଇ ମନୋଜ ସୁତାରଙ୍କୁ ଖୋଜା ଖୋଜି କରିଥିଲେ।ସେ ଖବର ପାଇ ଭଦ୍ରକ ଚାଲିଯାଇଥିବା ସୂଚନା ପାଇ ପୁଲିସ ଟିମ ଭଦ୍ରକରେ ପହଞ୍ଚି ମନୋଜଙ୍କୁ ଭଦ୍ରକରୁ ଗିରଫ କରି ମାଲକାନଗିରି ଥାନାକୁ ଆଣିଥିଲେ।ଅଭିଯୋଗର ସତ୍ୟତା ବିଷୟରେ ପୁଲିସ ସ୍ପଷ୍ଟ ହେବା ପରେ ନକଲି ଆଇଏଏସ ମନୋଜ ସୂତାରଙ୍କୁ ଠକେଇ ଅଭିଯୋଗରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।
ମାଲକାନଗିରି ଜିଲ୍ଲାରେ ଏହା ନୂଆଁ ଘଟଣା ହୋଇନଥିଲେ ମଧ୍ୟ ଚାକିରୀ ଦେବା ନାମରେ ଜଣେ ଜାଲି ଲୋକଙ୍କ ସହିତ ମହିଳା ମାନଙ୍କ କି ସଂପର୍କ ଥିଲା ଯେ,ଡିଏଚଏଚରେ କାମ କରୁଥିବା ମହିଳା ମାନେ ଏହି ଲୋକଙ୍କ ସହିତ ଯୋଗାଯୋଗ କରିବାକୁ ପ୍ରବର୍ତ୍ତକ ସାଜିଥିଲେ ତାହାର ମଧ୍ୟ ତଦନ୍ତ ହେଲେ ଅନେକ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଜନ ସାଧାରଣଙ୍କ ଗୁରୁତର ଅଭିଯୋଗକୁ ପୁଲିସ ଗ୍ରହଣ କରିବାକୁ ଦାବି ଉଠିଛି।