Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଏକ୍ସପ୍ରେସ୍ ୱେ ସାଜିଛି ଦୁର୍ଘଟନାର ହଟ୍ ସ୍ପଟ୍

ସମ୍ବଲପୁର:ବିଜୁ ଏକ୍ସପ୍ରେସ ରୋଡକୁ ନେଇ କିଏ ବାହାବାଃ ନେଉଛି ତ କିଏ କାନ୍ଦୁଛି।ଏହି ରାସ୍ତା ଏବେ ମରଣ ଯନ୍ତାର ହଟ୍ ସ୍ପଟ୍ ପାଲଟି ଥିଲେ ମଧ୍ୟ ପରିବହନ ଚଳାଚଳ, ବେଗ ନିୟନ୍ତ୍ରଣ,ଦୂର୍ଘଟଣା ରୋକିବା ଭଳି ବିଭିନ୍ନ କ୍ଷେତ୍ରରେ ଫେଲ ମାରିଛି।
ଏହି ରାସ୍ତା ପାଲଟିଛି ଘଟଣା ଦୁର୍ଘଟଣାର ହଟ୍ ସ୍ପଟ୍ ।ନିତି ଦିନିଆ ଏଭଳି ଘଟଣାରେ ଗତକାଲି ବଳି ପଡିଛନ୍ତି ଜଣେ ପଣ୍ଡିତ। ସୁନ୍ଦରଗଡ ଜିଲ୍ଲା ବଡଗାଁ ନିବାସୀ ପଣ୍ଡିତ ତୁଷାର ରଞ୍ଜନ ପାଣିଗ୍ରାହୀଙ୍କ ରେଙ୍ଗାଲି ଠାରେ ସଡ଼କ ଦୁର୍ଘଟଣା ରେ ଅକାଳ ବିୟୋଗ ଘଟିଛି।ସମଲେଶ୍ୱରୀ ପଞ୍ଜିକା ପରିବାର ପକ୍ଷରୁ ଶୋକ ପ୍ରକାଶ କରାଯିବା ସହିତ ପଶ୍ଚିମ ଓଡିଶାର ମାନ୍ୟଗଣ୍ୟ ପଣ୍ଡିତ ଅମର ନାଥ ମିଶ୍ର ଏହି ରାସ୍ତା ନିୟନ୍ତ୍ରଣରେ ପୁଲିସ ପ୍ରସାନର ସହଯୋଗ ଲୋଡିଛନ୍ତି। ବିଜୁ ଏକ୍ସପ୍ରେସ୍ ୱେ ଦୁର୍ଘଟଣାର ହଟସ୍ପଟ ପାଲଟିଲାଣି ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟି ଲୋକଙ୍କ ଧନ ଜୀବନ ଯାଉଛି l ଏଠି ପୋଲିସ ପ୍ରଶାସନ ସବୁ ଜାଣିଶୁଣି ନିରବ ପାଲଟିଛି ।ପୋଲିସ ମୁଖ୍ୟତଃ ଗୁରୁ ଦାଇତ୍ୱ ତୁଳାଇଥାଏ ଲୋକଙ୍କ ଧନ ଜୀବନ ରକ୍ଷା କରିବା ପାଇଁ ।କିନ୍ତୁ ବାସ୍ତବିକ ଠାରୁ ଏଠି ଭିନ୍ନ ଚାଲିଛି। ଦୃତଗତିରେ ବେପରୁଆ ଭାବରେ ଗାଡି ଚଳାଉଛନ୍ତି ଚାଳକ ଅଥଚ ପୋଲିସ କିଛି ବି ତାଗିଦ କରୁନି l ସବୁଠୁ ବଡ଼ କଥା ହେଲା ରେଙ୍ଗାଲି ଅଞ୍ଚଳରେ ମାଳ ମାଳ କଳକାରଖାନା ଅଛି ଏଠାକୁ ଭିଭିନ୍ନ ପ୍ରକାର ଗାଡି ପ୍ରତିଦିନ ଆସିଥାଏ l ଅନେକ ଡ୍ରାଇଭର ମଦ୍ୟପାନ କରି ଦୃତ ଗତିରେ ଗାଡି ଚଳାଇଥାନ୍ତି ଫଳରେ ସାଧାରଣ ନିରୀହ ଲୋକ ଦୁର୍ଘଟଣାର ଶିକାର ହେଉଥାନ୍ତି l ପୋଲିସ ଠିକ ସେ ପେଟ୍ରୋଲିଙ୍ଗ କରି ମଦ୍ୟପ ଡ୍ରାଇଭରଙ୍କ ଉପରେ ଅଙ୍କୁଶ ରଖିଲେ ଦୁର୍ଘଟନାକୁ କିଛି ମାତ୍ରାରେ ରୋକାଯାଇପାରନ୍ତା।ତାଗିଦ ମଧ୍ୟ କରୁନି ପୋଲିସ। ଫଳରେ ପ୍ରତି ମାସରେ ଅନେକ ଲୋକଙ୍କ ଜୀବନ ଅକାଳ ରେ ଯାଉଛି l ମୁଖ୍ୟତଃ ପ୍ରତେକ ଛକ ରେ ବ୍ୟାରିକେଟ ଲଗାଇ ବା କଥା କିନ୍ତୁ ଠିକ ଠାକ ବ୍ୟାରିକେଟ ନ ଲାଗିବା ରାସ୍ତାରେ ଖାଲଢିପ ଗଢି ଉଠିବା ଦୃତ ଗତିରେ ଗାଡି ଚଳାଇବା କମ୍ପାନୀର ବିଷାକ୍ତ ପାଉଁଶ ବିନା ଢାଙ୍କି ପରିବହନ କରିବା ଓ ସେହି ପାଉଁଶ ଉଡି ଦୁର୍ଘଟଣା ହେବା ନିତିଦିନିଆ ଘଟଣା ହେଲାଣି।ରେଙ୍ଗାଲି ବାସି ମଧ୍ୟ ଏନେଇ ବାରମ୍ବାର ଅଭିଯୋଗ କରୁଛନ୍ତି। ଖାଲି ସେତିକି ନୁହେଁ ଆଉ ମଧ୍ୟ ରାସ୍ତା କଡରେ କମ୍ପାନୀ ମାନଙ୍କ ବେପରୁଆ ପାର୍କିଂ ଘଟଣାର ଅନ୍ୟତମ କାରଣ ସାଜିଛି।ଦୁର୍ଘଟନା ହ୍ରାସ ନେଇ ଏହି ସବୁ ବିଭିନ୍ନ କାରଣକୁ ନେଇ ବ୍ୟାପକ ସଚେତନତା ସହିତ ପୁଲିସର ବଡ ଭୂମିକା ରହିଛି।ଏଦିଗରେ ପୁଲିସ କଡାକଡି ଅଙ୍କୁଶ ଲଗାଇବା ସହିତ ନିଜର ଆଭିମୁଖ୍ଯକୁ କଠୋର କଲେ ବହୁ ସଂଖ୍ୟାରେ ଦୁର୍ଘଟନାକୁ ରୋକାଯାଇ ପାରିବ ଓ ପୁଲିସକୁ ସର୍ବ ସାଧାରଣରେ ସହଯୋଗ କରିବାକୁ ଜନ ସାଧାରଣଙ୍କ ସକରାତ୍ମକ ମନୋଭାବ ରହିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଳରେ ମତପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ