Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡାର ୨ଟି ସ୍ଥାନରେ ହେବ ଭୋଟ ଗଣତି

ବାଲିଗୁଡା,:(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଓଡିଶାରେ ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗଣତି ଏଜେଣ୍ଟଙ୍କ ସମ୍ପର୍କରେ ତଥ୍ୟ ଓ କାଗଜପତ୍ର ପ୍ରାର୍ଥୀମାନଙ୍କୁ ମଗାଯାଇଛି । ଗଣତି ଦାୟିତ୍ୱ ରେ ରହିଥିବା ଅଧିକାରୀ ମାନଙ୍କୁ ସମ୍ପୂର୍ଣ୍ଣ ତାଲିମ ପ୍ରଦାନ କାର୍ଯ୍ୟ ସମାପ୍ତ ହୋଇଛି l ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ଯିବାକୁ ଥିବା ପାସ ଧାରୀ ବ୍ୟକ୍ତି ବିଶେଷଙ୍କୁ କଡା କଡ଼ି ଯାଞ୍ଚ କରି ଭିତରକୁ ପ୍ରବେଶ କରାଯିବ l ବାଲିଗୁଡାର ୨ଟି ସ୍ଥାନରେ ଭୋଟ ଗଣତି କରାଯିବ ବୋଲି ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ୪ ତାରିଖ ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି l ଭୋଟ ଗଣତି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ପ୍ରକାଶ ଯେ, ସମଗ୍ର କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ୨୦ ତାରିଖରେ ମତଦାନ ହୋଇଥିଲା । ମତଦାନ ପରେ ଇଭିଏମ୍‌ ଗୁଡିକ ଷ୍ଟଙ୍ଗରୁମ୍‌ ରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଷ୍ଟ୍ରଙ୍ଗରୁମ୍ ମଧ୍ଯରେ ସିସି ଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ