ସ୍ୱଚ୍ଛତା ଅଭିଯାନ ସହ ପୁରୀ ଅଘଟଣ ରେ ଆହତ ଙ୍କ ପାଇଁ ସ୍ବେଚ୍ଛାସେବୀ ଙ୍କ ସାମୂହିକ ପ୍ରାର୍ଥନା
 
        ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ଆଜି ମନମୁଣ୍ଡା ସୁବର୍ଣ୍ଣମେରୁ ଶୈବ ପୀଠ ଠାରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି ଅବସର ରେ ସୋନପୁର ର ବିଭିନ୍ନ ଶୈବ ପୀଠ ରେ ମଧ୍ଯ ବିଗତ ରବିବାର ମାନଙ୍କ ରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ମନମୁଣ୍ଡl ସଫେଇ କାର୍ଯ୍ୟକ୍ରମ ପରେ ପରେ ପୁରୀ ବାଣ ବିସ୍ପୋରଣ ରେ ଗୁରୁତର ଆହତ ମାନଙ୍କ ପାଇଁ ଆଶୁ ଆରୋଗ୍ୟ କାମନା ସହ ଘଟଣାରେ ମୃତ ଆତ୍ମା ର ସଦଗତି କାମନା କରି ମନମୁଣ୍ଡା ଶୈବ ପୀଠରେ ସାମୂହିକ ପ୍ରାର୍ଥନା କଲେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ସଦସ୍ୟ l

 
                        
 
                                 
                                 
                                 
                                 
                                