ରାକ୍ଷସୀ ପାଲଟିଲା ମାଆ; ୪ ପିଲାଙ୍କୁ ମାରି ଆତ୍ମହତ୍ୟା ଉଦ୍ୟମ


ବାରମେର: ନିଜ ପିଲାଙ୍କ ପାଇଁ ମାଆ ସବୁ କିଛି କରିପାରେ । ପିଲା ଉପରେ ବିପଦ ଆସିଲେ ମାଆ ଆଗକୁ ଚାଲି ଆସି ଆଗ ସେ ବିପଦର ସାମ୍ନା କରେ । ପିଲାଙ୍କ ମଙ୍ଗଳ ପାଇଁ କେତେ ଓଷା, ଉପବାସ କରେ । ହେଲେ ଆଜି ଆମେ ଏଠି ଏମିତି ଜଣେ ମାଆ ସମ୍ପର୍କରେ କହିବାକୁ ଯାଉଛି । ଯେ ନିଜ ଜନ୍ମକଲା ପିଲାଙ୍କ ପାଇଁ ପାଲଟି ଗଲା ରାକ୍ଷସୀ । ୪ ପିଲାଙ୍କୁ ପାଣିରେ ବୁଡ଼ାଇ ମାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଘଟଣା ଘଟିଛି ରାଜସ୍ଥାନ ବାରମେରରେ । ଏଠାରେ ଜଣେ ମହିଳା ନିଜର ୪ ପିଲାଙ୍କୁ ପାଣି ଟାଙ୍କିରେ ବୁଡାଇ ମାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ସୂଚନା ମୁତାବକ, ମହିଳାଙ୍କ ସ୍ୱାମୀ ଗତ ୧୫ ଦିନ ହେବ କାମ କରିବାକୁ ବାହାରକୁ ଯାଇଥିଲେ । ଏହି ସମୟ ମଧ୍ୟରେ ମହିଳା ଜଣକ କୌଣସି କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ପିଲାଙ୍କ ମାରି ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ସମୟରେ କିଛି ଲୋକ ଜାଣିପାରି ତାଙ୍କୁ ଉଦ୍ଧାର କରିଥିଲେ । ପିଲାଙ୍କ ସହ ମା’କୁ ନେଇ ହସ୍ପିଟାଲରେ ପହଞ୍ଚାଇଥିଲେ । ହେଲେ ସେଠାରେ ଡାକ୍ତର ୪ ପିଲାଙ୍କୁ ମୃତ ଘୋଷଣା କରିଥିଲେ ।

ମହିଳା ଜଣଙ୍କ କାହିଁକି ଏମିତି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନି । ପୋଲିସ ଘଟଣାର ତଦନ୍ତ କରୁଛି ।