Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସବୁଠି ଗୋଟିଏ ଚର୍ଚ୍ଚା; ପାଣ୍ଡିଆନ ଗଲେ କୁଆଡ଼େ ?

ଭୁବନେଶ୍ବର: ୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ସାରା ଓଡ଼ିଶାରେ cଣକୁ ନେଇ ଚର୍ଚ୍ଚା ଲାଗି ରହିଛି । ଲୋକେ ହାରଜିତକୁ ନେଇ ଯେମିତି କଥା ହେଉନାହାନ୍ତି, ଏହି ବ୍ୟକ୍ତି ଜଣଙ୍କୁ ନେଇ ସେତିକି ଚର୍ଚ୍ଚା କରୁଛନ୍ତି । ଚା’ ଖଟି ହେଉକି ଗାଁ ମୁଣ୍ଡ ବରଗଛ ଅଥବା ଅନ୍ୟ କେଉଁ ସ୍ଥାନ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଭି.କେ. ପାଣ୍ଡିଆନ ଗଲେ କୁଆଡ଼େ ? କାରଣ, ଗତକାଲି ନିର୍ବାଚନ ଫଳାଫଳ ଆସିବା ପରଠାରୁ ତାଙ୍କୁ ଆଉ କେହି ଦେଖିନାହାନ୍ତି ।

ଭି.କେ. ପାଣ୍ଡିଆନ । ସେ ବିଜେଡିର ନେତା ନଥିଲେ କିନ୍ତୁ ବିଜେଡିର ସର୍ବେସର୍ବା ବୋଲାଉଥିଲେ । ତାଙ୍କ ଇସାରା ବିନା ପକ୍ଷୀଟିଏ ବି ନବୀନଙ୍କ ଛାଇ ପାଖକୁ ଯାଇପାରୁ ନଥିଲା । ବିଜେଡିର ମନ୍ତ୍ରୀ ହୁଅନ୍ତୁ କି ନେତା ଅଥବା କୌଣସି ବରିଷ୍ଠ ସଦସ୍ୟ, ବିନା ପାଣ୍ଡିଆନଙ୍କ ଅନୁମତିରେ ନବୀନଙ୍କ ଦର୍ଶନ ବି କରିପାରୁ ନଥିଲେ ବୋଲି ସବୁବେଳେ ଅଭିଯୋଗ ହୋଇ ଆସୁଥିଲା । ନିର୍ବାଚନ ପ୍ରଚାର ବେଳେ ସବୁଠି ସେହିଁ ପ୍ରଚାର କରୁଥିଲେ । ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଉଥିଲେ । ନିର୍ବାଚନରେ ଏଥର ବି ଦଳ ଜିତି ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଉଥିଲେ । କିନ୍ତୁ ଫଳାଫଳ ଆସିବା ପରେ ସବୁ ଓଲଟପାଲଟ ହୋଇଗଲା । ରେଜଲ୍ଟ ଆସିବା ପରେ ଦଳର ମଙ୍ଗ ଧରିଥିବା ପାଣ୍ଡିଆନଙ୍କର କିନ୍ତୁ ଆଉ ଦେଖିବାକୁ ମିଳୁନାହିଁ । ବିଜେଡି ପେସମିଟରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳି ନଥିଲା ।  ଯଦି ମୁଖ୍ୟମନ୍ତ୍ରୀ ଷଷ୍ଠଥର ପାଇଁ ଶାସନକୁ ନଆସନ୍ତି ତାହେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଥିଲେ ପାଣ୍ଡିଆନ୍ ।

ତେବେ ପ୍ରକୃତରେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ନା ଦଳ ସୁପ୍ରିମୋ ତାଙ୍କୁ ଅନ୍ୟ କିଛି ଦାୟିତ୍ୱ ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।