ବୀରମହାରାଜପୁର : (ସୌମିତ୍ରି ମେହେର )
ଅନୁସୂଚିତ ଜାତି ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସଂରକ୍ଷିତ 64 – ବୀରମହାରାଜପୁର ବିଧାନସଭା ଆସନ ପାଇଁ ମଙ୍ଗଳବାର ବୀରମହାରାଜାପୁର କଲେଜ ରେ ଭୋଟ ଗଣତି କରାଯାଇଥିଲା l ଫଳାଫଳ ମୁତାବକ ପୋଷ୍ଟାଲ ଓ ସାଧାରଣ ଭୋଟ କୁ ମିଶାଇ ବିଜେପି ପ୍ରାର୍ଥୀ ଇଂ. ରଘୁନାଥ ଜଗଦଲା ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ଙ୍କୁ 21,946 ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିବା ଜଣାପଡିଛି I ଶ୍ରୀ ଜଗଦଲା ସର୍ବମୋଟ 85,680 ଖଣ୍ଡ ଭୋଟ ପାଇଥିବାବେଳେ ଶ୍ରୀ ବେହେରା 63,734 ଭୋଟ ପାଇଥିଲେ I ପ୍ରକାଶ ଯୋଗ୍ୟ ଯେ ବିଜେଡି ରୁ ପଦ୍ମନାଭ ବେହେରା ଗତ 2009, 2014 ଓ 2019 ନିର୍ବାଚନରେ ଏହି ଆସନରୁ କ୍ରମାଗତଭାବେ ବିଜୟୀ ହୋଇ ଆସୁଥିଲେ I ଶ୍ରୀ ଜଗଦଲl ଗତ 2019 ନିର୍ବାଚନରେ ମାତ୍ର 13 ହଜାର ଭୋଟରେ ପଦ୍ମନାଭ ବେହେରା ଙ୍କ ଠାରୁ ପରାଜିତ ହୋଇଥିଲେ I ଚଳିତଥର ବିଜେଡି ର ଦୁର୍ଗ ପାଲଟି ଥିବା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଏବେ ବିଜେପି ହାତକୁ ଚାଲି ଯାଇଛି I ସେହିପରି ଚଳିତ ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସେଠୀ 22,576 , ବିଏସପି ପ୍ରାର୍ଥୀ ରାଧାକାନ୍ତ ତାଣ୍ଡି 1839 , ସ୍ଵାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ 1018, ଦୟା ସାଗର ମହାନନ୍ଦ 784 ଏବଂ ନେସନାଲ୍ ଅପନି ପାର୍ଟି ର ପ୍ରାର୍ଥୀ ପୁରନ ଲୁହା 619 ଖଣ୍ଡ ଭୋଟ ପାଇଥିବା ଜଣାପଡ଼ିଛି I ଏଠାରେ ଭୋଟର ଙ୍କ ମୁହଁରେ ପରିବର୍ତ୍ତନ ର ସ୍ଵର ଆସୁଥିବା ବେଳେ କ୍ରମାଗତ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇ କିଛିଦିନ ମନ୍ତ୍ରୀ ହେବା ପରେ ପଦ୍ମନାଭ ବେହେରା ର ଗର୍ବ , ଅହଙ୍କାର କୁ ଜନତା ଜନାର୍ଦ୍ଦନ ପ୍ରତ୍ଯାଖ୍ଯାନ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି I ଶ୍ରୀ ରଘୁନାଥ ଜଗଦଲା ବିଜୟୀ ହୋଇ ନୂତନ ବିଧାୟକ ହୋଇଥିବାରୁ ବୀରମହାରାଜପୁର ସହର ତଥା ଗାଁ ଗହଳୀ ସବୁସ୍ଥାନରେ ଖୁସିର ଲହରୀ ଖେଳିଯାଇଛି । ଏ ଅବସରରେ ସ୍ଥାନୀୟ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ସଂଘ କାର୍ଯ୍ୟାଳୟ ରେ ବୁଧବାର ଏକ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ଆୟୋଜିତ କାର୍ଯ୍ୟକ୍ରମକୁ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ସଂଯୋଜନା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ସୌମିତ୍ରି ମେହେର ଓ ସୁଧୀର କୁମାର ବିଶ୍ବାଳ ଉପଢୌକନ ତଥା ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ଜଣାଇଥିଲେ । ସମସ୍ତ ବରିଷ୍ଟ ସାମ୍ବାଦିକ ବନ୍ଧୁ ମୋତେ ଦିଗଦର୍ଶନ ଦେଇ ଆଶିର୍ବାଦ କରନ୍ତୁ ଯେପରି ମୁଁ ବୀରମହାରାଜପୁର ନିର୍ବାଚନମଣ୍ଡଳୀ କୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ଗଠନ କରିବାରେ ସଫଳ ହେବି I ସବୁବେଳେ ସତ୍ୟ ର ଆଶ୍ରୟ ନେଇ ଚଳିବି , ଦୁର୍ନୀତି ଲାଞ୍ଚୁଆ ମିଛୁଆ ଭ୍ରଷ୍ଟାଚାର ବିରୋଧରେ ସର୍ବଦା ସ୍ୱର ଉତ୍ତୋଲନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ଶ୍ରୀ ଜଗଦଲl I ଆଜି ର ନିର୍ବାଚନରେ ସତ୍ୟ ଓ ଧର୍ମ ର ଜୟ ହୋଇଛି l ବାହୁବଳ , ଧନ ବଳ , ସରକାରୀ କଳ ର ଅପବ୍ୟବହାର କୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି I ଆଗାମୀ ଦିନରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ର ବିକାଶ କରିବି ବୋଲି କହିଥିଲେ ଓ ଜନସାଧାରଣ ଙ୍କ ସୁଖ ଦୁଃଖର ସାଥୀ ହୋଇ ସର୍ବଦା ରହିବି ବୋଲି ପ୍ରତିଶୃତି ଦେଇଥିଲେ।