ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା; ମୁଖ୍ୟମନ୍ତ୍ରୀ ଚେହେରାରେ ବାଜି ପାରେ ମୋହର


ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ଝଡ଼ ପରି ଆସି ବିଜେଡି ନାମକ ବିରାଟ ବୃକ୍ଷକୁ ମୂଳରୁ ଉପାଡି ଦେଇଛି ବିଜେପି । ରାଜ୍ୟ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ସହ ଏକାକୀ ସରକାର ଗଢ଼ିବାକୁ ଯାଉଛି । ସେହିପରି ୨୧ ଲୋକସଭା ଆସନରୁ ୨୦ଟି ପୋଛି ନେଇଥିବା ବେଳେ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି । ଏପରିକି ୨୫ ବର୍ଷ ହେଲା ଓଡ଼ିଶାରେ ରାଜ କରୁଥିବା ବିଜେଡି ଲୋକସଭାରେ ଗୋଟିଏ ବି ଆଓନ ଜିତିବାକୁ ସକ୍ଷମ ହୋପାରିନି । ଓଡ଼ିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଓଡ଼ିଶାରେ ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଏଠାରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଆଲୋଚନା ହୋଇପାରେ ।

ମିଳିଥିବା ସୂଚନା ଅନୁସାରେ, ବିଜେପିର ନବନିର୍ବାଚିତ ସାଂସଦ ଦିଲ୍ଲୀ ଯାଇ ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ । ଏଠାରେ ରାଜ୍ୟରେ ସରକାର ଗଠନ ନେଇ ହୋଇପାରେ ଆଲୋଚନା । ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବି ହୋଇପାରେ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନା ଘୋଷଣା ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି । ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ । ରାଜ୍ୟରେ ୨୦ ସାଂସଦ ବିଜୟ ହେବା ପରେ ଦିଲ୍ଲୀରେ ପ୍ରଥମ ବୈଠକ ହେବାକୁ ଯାଉଛି ।