Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତାପପୁରଠାରେ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସଦର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବେସରକାରୀ ଅନୁଷ୍ଠାନ ଗ୍ରାମୋତ୍ଥାନ ତରଫରୁ ଗୋଷ୍ଠି ଶିକ୍ଷା କେନ୍ଦ୍ରର ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ ହୋଇଯାଇଛି। ଚାରିଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଭାଷା, ଗଣିତ ଓ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ଶିକ୍ଷଣ କାର୍ଯ୍ୟକ୍ରମ ସହିତ ଗଳ୍ପ କଥନ, ଚିତ୍ରାଙ୍କନ, ହସ୍ତ କର୍ମ, ନାଚ, ଗୀତ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରିଦର୍ଶକ ଭାବରେ ଯୋଗ ଦେଇଥିବା ଅଜିମ୍ ପ୍ରେମଜୀ ୟୁନିଭରସିଟି ରାଜସ୍ଥାନର ବିଶ୍ଵାମିତ୍ର ସୈନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରକୃତି ବନ୍ଧୁ ଶ୍ରୀମତୀ ସନ୍ତୋଷିନୀ ନନ୍ଦ, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ରେଡ୍‌କ୍ରସ୍‌ ପରାମର୍ଶଦାତା ଶିକ୍ଷକ ପ୍ରକୃତି ବନ୍ଧୁ ଗୋପେଶ ପଣ୍ଡା, ଅତିଥି ଶିକ୍ଷକ ତଥା ସମାଜସେବୀ ଅମନ୍ ମହାପାତ୍ର ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲକ୍ଷ୍ମଣ ମେହେର ପ୍ରମୁଖ ଗୋଗଦେଇ ଗ୍ରାମୋତ୍ଥାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ କୃତି ପ୍ରତିଯୋଗୀଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଆଲୁମିନି ତଥା ଗୋଷ୍ଠି ଶିକ୍ଷା କେନ୍ଦ୍ରର ଶିକ୍ଷୟିତ୍ରୀ ରବିନା ସେଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଗ୍ରାମୋତ୍ଥାନର ପ୍ରୋଗ୍ରାମ୍ କୋଅଡିନେଟର ରଶ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଆଲୁମିନୀ ଛାତ୍ରଛାତ୍ରୀ, ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ