ସାହା ହେଲେନି ନେତା ପ୍ରଶାସକ:ଗାଁ ପାଣ୍ଠିରୁ ବାହାମ ଗ୍ରାମବାସୀ କଲେ ରାସ୍ତା ନିର୍ମାଣ

ସମ୍ବଲପୁର :ଗାଁ ପ୍ରାଥମିକ ବିଦ୍ୟାଳୟ ଠାରୁ ୪୦୦ ମିଟର ଦୂରବର୍ତ୍ତୀ ବନ୍ଧକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ହାରି ଗୁହାରି କେହି ଶୁଣିଲେନି।ଶେଷରେ ଗ୍ରାମବାସୀ ଏକାଠି ହୋଇ ଏହି ୪ ଶହ ମିଟର ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଥିବା ଆଜି ଦେଖିବାକୁ ମିଳିଛି।
ଯୁଯୋମୁରା ବ୍ଲକ୍ ବାହାମ ପଞ୍ଚାୟତର ବାହାମ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।ଗ୍ରାମବାସୀ ଏକାଠି ହୋଇ ଦୀର୍ଘ ଦିନର ସ୍ୱପ୍ନକୁ ସାକାର କରିବାକୁ ଗାଁ ପାଣ୍ଠିରୁ ଅର୍ଥ ଖର୍ଚ କରି ପ୍ରାଥମିକ ବିଦ୍ୟାଳୟରୁ ଗ୍ରାମବାସୀଙ୍କ ଭରସା ହୋଇଥିବା ବନ୍ଧ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଆଜିଠୁ ଲାଗିଛନ୍ତି।ଗ୍ରାମବାସୀଙ୍କ କହିବା ଅନୁସାରେ ବାହାମ ଗ୍ରାମ ମୁଖ୍ୟ ରାସ୍ତା ହାତୀଙ୍କ ପାଇଁ ବିପଦ ହୋଇଥିବାରୁ ଗାଁରୁ ବନ୍ଧକୁ ବିକଳ୍ପ ରାସ୍ତାର ଜରୁରୀ ଥିଲା। ଏଥିପାଇଁ ଗ୍ରାମବାସୀ,ସରପଞ୍ଚ୍, ସମିତି ସଭ୍ୟ,ବିଡିଓ,ପିଡି ଡିଆରଡିଏ,ବିଧାୟକ ଏପରିକି ଜିଲ୍ଲାପାଳଙ୍କ ଠାରେ ବହୁ ହାରି ଗୁହାରି କରିଥିଲେ।ସବୁଥିଲେ ଫେଲ ମାରିବାରୁ ଶେଷରେ ସ୍ୱପ୍ନର ରାସ୍ତାକୁ ନିଜ ଉଦ୍ୟମରେ ନିର୍ମାଣ କରି ଏକ ନିଦର୍ଶନ ସୃଷ୍ଟି କରିବାକୁ ଅଣ୍ଟା ଭିଡି ଆଜିଠୁ କାମ ଆରମ୍ଭ କରିଛନ୍ତି। ବାସ୍ତବରେ ବାହାମ କଣ୍ଟା ଠାରୁ ଏହି ବନ୍ଧ ଦେଇ ପ୍ରାଥମିକ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଜରୁରୀ ମନେ କରାଯାଉଥିବାରୁ ଗ୍ରାମବାସୀ ସହ ପ୍ରଶାସନ ଯୋଗ ଦେଇ ଏହାକୁ ଏକ ନିତିଦିନିଆ ରାସ୍ତାରେ ପରିଣତ କରିବାକୁ ସହଯୋଗର ହାତ ବଢାଇବା ଆବଶ୍ୟକତା ମନେ କରାଯାଉଛି।