Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳବୈଶାଖୀ ଓ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି: ଦୁଇ ଦିନ ହେଲା ବିଦ୍ୟୁତ ଓ ନେଟୱାର୍କ ସେବା ବାଧାପ୍ରାପ୍ତ

କାଳବୈଶାଖୀ ଓ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି: ଦୁଇ ଦିନ ହେଲା ବିଦ୍ୟୁତ ଓ ନେଟୱାର୍କ ସେବା ବାଧାପ୍ରାପ୍ତ ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦୀର୍ଘ ଦିନ ପରେ କାଳ ବୈଶାଖୀର ତାଣ୍ଡବ । ପ୍ରବଳ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ପବନ ସହ ପ୍ରବଳ କୁଆ ପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ ନିକଟସ୍ଥ ଦଣ୍ଡପାଣି ଲର୍ଜ ର ସମ୍ମୁଖ ଭାଗ ଗୁରୁତର ଭାଵେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଲଜ ତଳେ ଥିବା ୫ ଟି ବାଇକ ଭାଙ୍ଗି ଯିବା ସହ ଦୁଇ ଗାଇ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଗାଈ ଓ ବାଇକ ଗୁଡିକୁ ଉଦ୍ଧାର କରିଥିଲେ l ପ୍ରବଳ ପବନ ଯୋଗୁଁ ବାଲିଗୁଡା ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ଯୋଗୁଁ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି । ଅଞ୍ଚଳର ବହୁ ଘରର ଛପର ଉଡିଯିବା ସହ ପ୍ରବଳ ବର୍ଷା ଓ ବିଜୁଳି ଯୋଗୁଁ ବ୍ୟାପକ ବହୁ କ୍ଷୟକ୍ଷତି ହୋଇଛି। ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି। ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା । ଏହି ଅତର୍କିତ ବର୍ଷା ଯୋଗୁଁ ସହର ଅନେକ ସାହି ବସ୍ତିରେ ପାଣି ପଶି ଯାଇଥିଲା। ତଳିଆ ଅଞ୍ଚଳରେ ଥିବା ଘର ଭିତରକୁ ପାଣି ପଶିଯିବା ଫଳରେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସହରର ଅନେକ ସ୍ଥାନରେ ଗଛ ଉପୁଡି ପଡ଼ିବାରୁ ଯାତାଯାତ ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ ତାର ଉପରେ ଗଛ ପଢ଼ି ଯିବାରୁ ଅନେକ ଅଞ୍ଚଳକୁ ଦୁଇଦିନ ଧରି ବିଦ୍ୟୁତ ଓ ନେଟୱାର୍କ ସରବରାହ ବାଧାପ୍ରାପ୍ତ ହୋଇଛି। ଅନେକ ଅଞ୍ଚଳ କୁ ମୋବାଇଲ ଯୋଗାଯୋଗ ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି l ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ତୁରନ୍ତ ବିଦ୍ୟୁତ ଯୋଗାଣ ପାଇଁ ଚେଷ୍ଟା କରୁଥିବା ବିଷୟ ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ