Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୌଡଗlଡ଼ ଗ୍ରାମରେ ଯୁବକ ନିଶା ସେବନ କରି ଗାଳିଗୁଲଜ କରିବା ଘଟଣାକୁ ନେଇ ଫାଣ୍ଡି ର ଦ୍ୱାରସ୍ଥ ହେଲେ ଗ୍ରାମର ମହିଳା ଓ ପୁରୁଷ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଗୌଡଗlଡ଼ ଗ୍ରାମରେ ଜଣେ ଯୁବକ ନିଶା ସେବନ କରି ଗାଁ ଦାଣ୍ଡରେ ଗାଳିଗୁଲଜ କରିବା ଘଟଣାକୁ ପ୍ରତିବାଦ କରିଛନ୍ତି ଗ୍ରାମବାସୀ I ଉକ୍ତ ଘଟଣା ସମ୍ପର୍କରେ ଗାଁ ର ବହୁ ମହିଳା ଓ ପୁରୁଷ ନିକଟସ୍ଥ ହରିହର ଜୋର୍ (ଠେଙ୍ଗୋ ଡେମ) ଫାଣ୍ଡି କୁ ଯାଇ ଅଭିଯୋଗ କରିଥିଲେ ନିଶାସକ୍ତ ଯୁବକଙ୍କ ବିରୋଧରେ I ଫାଣ୍ଡିରେ ଅଭିଯୁକ୍ତ ଜଣକ ନିଜର ଭୁଲ ସ୍ୱୀକାର କରି କ୍ଷମା ପ୍ରାର୍ଥନା କରିବା ପରେ ଘଟଣାର ସମାଧାନ ହୋଇଥିଲା l ଅଭିଯୋଗ ଅନୁସାରେ ଗୌଡଗlଡ଼ ଗ୍ରାମର ଉକ୍ତ ଯୁବକଙ୍କ ଘର ଆଗରେ କେହି ଅଳିଆ ପକାଇ ଦେଇଥିଲା I ଫଳରେ ସେ ଉତ୍ୟକ୍ତ ହୋଇ ଲୋକଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ I ସୂଚନା ଯୋଗ୍ୟ ଯେ ଗ୍ରାମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ତାଙ୍କ ଗାଁ ରେ ମଦ ବିକ୍ରି ବନ୍ଦ କରିଛନ୍ତି l ଏଥି ସହିତ ଗ୍ରାମରେ ମଦ ପିଇ କେହି ଗାଳି ଗୁଲଜ କରି ପାରିବେ ନାହିଁ ବୋଲି ଗ୍ରାମବାସୀ ନିୟମ କରିଛନ୍ତି l ତେବେ ଉକ୍ତ ନିୟମ ସମସ୍ତେ ମାନୁଥିବା ବେଳେ ଏହାକୁ ଉଲ୍ଲଂଘନ କରି ସମ୍ପୃକ୍ତ ଯୁବକ ଗାଁ ଦାଣ୍ଡରେ ଗାଳି ଗୁଲଜ କରିଥିଲେ l ଗ୍ରାମରେ ଏ ବିଷୟରେ ଏକ ସଭା କରି ଘଟଣାର ସମାଧାନ କରିବାକୁ ଯାଇ ବିଫଳ ହୋଇଥିଲେ I ତେଣୁ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ସଭାନେତ୍ରୀ ଯଶୋବନ୍ତୀ ବିଶ୍ଵାଳ , ସମ୍ପାଦିକା ନଳିନୀ ସାହୁ ଙ୍କ ନେତୃତ୍ୱରେ ବହୁ ମହିଳା ଓ ପୁରୁଷ ଉକ୍ତ ବିଷୟରେ ଫାଣ୍ଡି ରେ ଯାଇ ଜଣାଇଥିଲେ l