ଆଜି ଦାୟିତ୍ବ ଗ୍ରହଣ କରିବେ କାମଚଳା ବାଚସ୍ପତି ରାଜା ସ୍ବାଇଁ


ଭୁବନେଶ୍ବର: ଓଡ଼ିଶା ବିଧାନସଭାର କାମଚଳା ବାଚସ୍ପତି ଦାୟିତ୍ବ ନେବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଯିଏ କି ସଫିଶାବାସୀଙ୍କ ପାଖରେ ରାଜା ସ୍ବାଇଁ ଭାବେ ପରିଚିତ । ତାଙ୍କୁ jାଜ୍ୟପାଳ ରଘୁବର ଦାସ ଶପଥ ପାଠ କରାଇବେ । ଜୁନ୍ ୨୦ରେ ବାଚସ୍ପତି ନିର୍ବାଚନ । ସେ ପର୍ଯ୍ୟନ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇବେ । ଏହାସହ ୧୮ ଓ ୧୯ ତାରିଖରେ ନବ ନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ ।

ବାଚସ୍ପତି ନିର୍ବାଚନ ଜୁନ୍ ୨୦ ତାରିଖରେ ହେବ । ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି । ଏଥିପାଇଁ ବିଜେଡିର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନିଯୁକ୍ତ କରାଯାଇଛି । ବିଧାନସଭାରେ ବିଜେପି ୧୪୭ଟି ଆସନରୁ ୭୮ଟିରେ ବିଜୟୀ ହୋଇଛି । ତିନି ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଜଣାଇଛନ୍ତି । ବିଜେପି ପକ୍ଷରୁ ସୁରମା ପାଢୀଙ୍କୁ ବାଚସ୍ପତି କରାଯିବାର ସମ୍ଭାବନା ରହିଛି । ୧୨ ତାରିଖରେ ମୋହନ ସରକାରର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିଲେ ।