Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ ସମ୍ବଲପୁର–କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:(ରାଜାରାମ ଷଡଙ୍ଗୀ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇ ମୋଦୀ ସରକାରଙ୍କ ତୃତୀୟ ପାଳିରେ ପୁଣିଥରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କଲି।ମା’ଙ୍କ ଆଶିଷ ଓ ଜନଆଶୀର୍ବାଦ କାରଣରୁ ସମ୍ବଲପୁର ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବାର ସୁଯୋଗ ପାଇଛି । ଏଥିପାଇଁ ମୁଁ ସମ୍ବଲପୁରବାସୀଙ୍କ ପାଖରେ ଚିର ଋଣୀ ।
ସମ୍ବଲପୁରକୁ ଏକ ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଗୁଣ୍ଡୁଚି ମୂଷାର ଦାୟିତ୍ୱ ନେବି, ଏହା ମୋର ସଂକଳ୍ପ । ମୁଁ ଯେଉଁ କାମରେ ବି ରୁହେ, ଶେଷ ସମୟ ପର୍ଯ୍ୟନ୍ତ ସମ୍ବଲପୁରବାସୀଙ୍କ ସେବାରେ ରହିବି । ସମ୍ବଲପୁରକୁ ଏକ ଜ୍ଞାନ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ସମସ୍ତେ ଉଦ୍ୟମ କରିବା । ମା’ଙ୍କ କରୁଣା ଓ ଶୁଭ ଦୃଷ୍ଟି ସମ୍ବଲପୁର ସମେତ ସମଗ୍ର ବିଶ୍ୱବାସୀଙ୍କ ଉପରେ ରହିବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।
ଉଲ୍ଲେଖନୀୟ ଯେ, ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସମ୍ବଲପୁରର ଅନେକ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣଙ୍କୁ ମଧ୍ୟ ଶ୍ରୀ ପ୍ରଧାନ ଅଭିବାଦନ ଜଣାଇଥିଲେ ।
ସବୁଠୁ ବଡକଥା ହେଲା ଦଳ,ସଂଗଠନ, ନେତୃତ୍ୱ ବାହାରେ ରହି ଧର୍ମେନ୍ଦ୍ର ପ୍ରଧାନ ଓ ଦଳ ପ୍ରତି ଅନେକ ଅନୁଗାମୀ ନିଭୃତ ନାୟକ,ସଂଗଠକ ଓ ବ୍ୟକ୍ତି ବିଶେଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ସର୍କିଟ ହାଉସରେ ଭେଟି ସମ୍ବର୍ଦ୍ଧନା ଦେବା ସହ ଓଡିଶା ବିକାଶର ସହକର୍ମୀ ହୋଇ ନେତାଙ୍କ ସହ ଉତ୍ସର୍ଗିତ ଜନତା ଭାବେ ସବୁବେଳେ ପଛରେ ଥିବା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ମନ୍ତ୍ରୀ ମଧ୍ୟ ନିଜ ଲୋକଙ୍କୁ ଖୋଜିବା ଭିତରେ ନିଭୃତ ନାୟକ ମାନଙ୍କୁ ଭେଟି ନିଜ ପ୍ରତି ବିଶ୍ୱାସ ନାୟକ ମାନଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ