Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲଛିପୁର ଠାରେ ସଡ଼କ ଦୁର୍ଘଟଣା, ଘଟଣା ସ୍ଥଳରେ ୪ ମୃତ,୨ ଗୁରୁତର ଚିକିତ୍ସା ପାଇଁ ଭର୍ତ୍ତି

ନୂଆପଡ଼ା:ଆଜି ଖଡିଆଳ ଭବାନୀପାଟଣା ରାଜ୍ୟ ରାଜପଥ ଲଛିପୁର ଗ୍ରାମ ଠାରେ ଏକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଭଳି ହୃଦୟ ବିଦାରକ ଘଟଣା ଘଟିଛି।ଅନ୍ୟ ଦୁଇ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ଗତକାଲି ବିଳମ୍ବିତ ରାତ୍ରୀରେ ବଡ ଭାଇର ଜନ୍ମ ଦିନ ଥିବା ନେଇ ୪ ଜଣ ଖଡିଆଳକୁ ତୁକଲା ଯାଉଥିବା ବେଳେ ଲଛିପୁର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ପଛ ପଟେ ଧକ୍କା ଦେଇଥିବା ବେଳେ ଦ୍ଵିତୀୟ ଟ୍ରକ ଧକ୍କା ଦେଇ ଦୁର୍ଘଟଣା ଗସ୍ତ ହୋଇଥିଲା। ଫଲରେ ଘଟଣା ସ୍ଥଳ ରେ ଚାରି ଜଣଙ୍କ ମୃତ୍ୟୁ ହୋଇଅଛି। ଚାରି ଜଣ ଖଡିଆଳ ର ବୋଲି ଜଣାଡ଼ିଅଛି। ଅନ୍ୟ ଦୁଇ ଜଣ ଟ୍ରାକ୍ଟର ଥିବା ବ୍ୟକ୍ତି ଗୁରୁତର ଆହତ ହୋଇଅଛନ୍ତି। ଘଟଣା ସ୍ଥଳ କୁ ଖଡିଆଳ ପୋଲିସ ପହଞ୍ଚି ଆହତ ଙ୍କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ମୃତକ ମାନେ ହେଲେ ଖଡିଆଳ ର ସୁଶାନ୍ତ ସାହୁ ଙ୍କ ସାନ ପୁଅ ରୁଶି ସାହୁ, ଶୁଭମ୍ ମହାଉତି, ବଣ୍ଟି ଲାଲ, ବେଳେ ଗୋଇମୁଣ୍ଡି ଦେବରାଜ ପଟେଲ।