Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନନ୍ଦିପଦା ପୁଲିସ ଧରିଲା ଆଠ ଚୋରା ବାଲି ବୋଝେଇ ହାଇୱା

ହାଟଡିହି ଦିନକୁ ଦିନ ଆନନ୍ଦପୁର ଉପଖଣ୍ଡରେ ବିଭିନ୍ନ ସ୍ଥାନରୁ ବେଧଡକ ଭାବେ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ବେଳେ, ନନ୍ଦିପଦା ପୋଲିସ ରାସ୍ତା ଚେକିଂ କରି ଆଠଟି ବାଲିବୋଝେଇ ହାଇୱା ଜବତ କରିବା ସହିତ, ଏକ ମାମଲା ରୁଜୁ କରି ଏଥିରେ ସମ୍ପୃକ୍ତ ଭଦ୍ରକ ଓ ବାଲେଶ୍ବର ଅଞ୍ଚଳର ଗାଡ଼ି ଚାଳକ ‌ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନଯାୟୀ ଯେ ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲି ମୌଜା/ଖାତା ନଂ ୧୧୧୫, ପ୍ଲଟ ନଂ ୬୨୦୩କୁ ଆନନ୍ଦପୁର ତହସିଲ ପକ୍ଷରୁ ବାଲି ପରିବହନ ପାଇଁ ସରକାରୀ ଲିଜ ଦିଆଯାଇଥିଲା ବେଳେ, ବେଆଇନ ଭାବେ ବୈତରଣୀ ନଦୀ ଗୁହାଳିଆ ମୌଜା/ ଖାତା ନଂ ୨୨୧, ପ୍ଲଟ ନଂ ୧ରୁ ଦୈନିକ ହାଇୱା ଗାଡ଼ି ଦ୍ଵାରା ହଜାର ‌ହଜାର ଟ୍ରିପ ବାଲି ଚୋରା ଚାଲାଣ କରାଯାଉଥିଲା, ଯାହାକୁ ନେଇ ଗତକାଲି ରାତିରେ‌‌ ଆନନ୍ଦପୁର ତହସିଲ ଅନ୍ତର୍ଗତ ପଞ୍ଚୁପଲ୍ଲି ଓ ହାଟଡିହି ତହସିଲ‌ ଅଧିନ ଡିମିରିଆ ବୈତରଣୀ ବାଲି ଘାଟରୁ‌ ବେଆଇନ ବାଲି ଓଭର ଲୋଡ଼ିଂ ହାୱାଇ ଗାଡ଼ି ଗୁଡ଼ିକୁ ହାଟଡିହି‌‌ ବ୍ଲକ ଛକ ଠାରେ ନନ୍ଦିପଦା ପୋଲିସ୍ ଅଟକାଇ ଆବଶ୍ୟକ କାଗଜପତ୍ର ନଥିବାରୁ, ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଡ୍ରାଇଭର ୬ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ,ଅନ୍ୟ ଜଣେ ଗାଡି ଛାଡି ପଳେଇ ଯାଇଥିବା ଦେଖିବାକୁ ମିଳିଛି ।