Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ଶିଶୁ ସାହିତ୍ୟିକ ସମ୍ମିଳନୀରେ ସମ୍ବଲପୁରର ଡଃ ପ୍ରଦୀପ କୁମାର ପଣ୍ଡା ସମ୍ବର୍ଦ୍ଧିତ

ସମ୍ବଲପୁର (ରାଉରକେଲା) :ଓଡିଆ ଶିଶୁ ସାହିତ୍ୟର କାଳଜୟୀ ସାହିତ୍ୟିକ ଡଃ.ପ୍ରଦୀପ କୁମାର ପଣ୍ଡା ସମ୍ମାନୀତ ହୋଇ ସମ୍ବଲପୁରକୁ ଦେଇଛନ୍ତି ନୂଆଁ ଦିଶା।ଡଃ ପଣ୍ଡା ଯୁଯୋମୁରା ବ୍ଲକ୍ ନୂଆଁ ବରଙ୍ଗାମାଲ ପଞ୍ଚାୟତର କଲ୍ପା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ହୋଇଥିଲେ ସୁଦ୍ଧା ତାଙ୍କର ଅଗାଢ଼ ପ୍ରତିଭା ଯୋଗୁଁ କ୍ରମାଗତ ଭାବେବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ଆସୁଛନ୍ତି।
ଗତ କାଲି ରାଉରକେଲା ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଓଡ଼ିଆ ଶିଶୁ ସାହିତ୍ୟିକ ସମ୍ମିଳନୀ ଓ ସାରସ୍ବତ ଉତ୍ସବରେ ସମ୍ବର୍ଦ୍ଧିତ ହୋଇଛନ୍ତି।ରାଉରକେଲା ସହରର କୋଏଲ ନଗର ସ୍ଥିତ ଆର୍‌.ଏସ.ପି .ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାଗୃହରେ ରାଜ୍ୟସ୍ତରୀୟ ଓଡ଼ିଆ ଶିଶୁ ସାହିତ୍ୟିକ ସମ୍ମିଳନୀ ଓ ସାରସ୍ବତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ହୋଇଥିବା ଆୟୋଜନ ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ଶିଶୁ ସାହିତ୍ୟିକ ତ୍ରିଲୋଚନ ମଥାନଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଡ. ହରିହର କାନୁନ୍‌ଗୋ ଯୋଗଦେଇ କାଳଜୟୀ ସାହିତ୍ୟ ସୃଷ୍ଟି ହିଁ ଓଡ଼ିଆ ଅସ୍ମିତାକୁ ଜାଗୃତି କରିବ ବୋଲି କହିଥିଲେ । ଓଡ଼ିଶାର ନିଜସ୍ବ ତଥା ଓଡ଼ିଆ ଅସ୍ମିତା ପ୍ରତୀକ ପବିତ୍ର ରଜ ପର୍ବର ଶେଷ ଦିନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ.କାନୁନ୍‌ଗୋ ମା’ ମାଟି ଓ ମାତୃଭାଷାକୁ କେବେ ଭୁଲନ୍ତୁ ନାହିଁ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ବିଶିଷ୍ଟ ସାହିତ୍ୟିକ ଡ.ବସନ୍ତ କିଶୋର ସାହୁ ଯୋଗଦେଇ ଶିଶୁ ସାହିତ୍ୟିକମାନେ ଶିଶୁମାନଙ୍କର ମନସ୍ତତ୍ବକୁ ବୁଝି ଶିଶୁ ସାହିତ୍ୟ ରଚନା କରିବା ପାଇଁ ଆହ୍ବାନ ଦେଇଥିଲେ ।ଶିଶୁମାନଙ୍କ ପାଇଁ ଲେଖାଯାଉଥିବା ସାହିତ୍ୟ ଅପେକ୍ଷାକୃତ କ୍ଷୁଦ୍ର ହେଲେ ଯାଇ ଏହା ଅଧିକରୁ ଅଧିକ ଶିଶୁମାନଙ୍କ ଦ୍ବାରା ଗ୍ରହଣୀୟ ହେବ ବୋଲି ଡ. ସାହୁ କହିଥିଲେ । ସମ୍ମାନିତ ଅତିଥିଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ସମ୍ପ୍ରତି ଶୈଶବ ଓ ମାନବିକତା ସଙ୍କଟରେ ଥିଲାବେଳେ ଉତ୍କୃଷ୍ଟ ଶିଶୁ ସାହିତ୍ୟ ସମାଜକୁ ଦିଗ୍‌ଦର୍ଶନ ଦେବାରେ ସହାୟକ ହେବ ବୋଲି କହିଥିଲେ । ଆୟୋଜନ ସମିତିର ସାଧାରଣ ସମ୍ପାଦକ ଶଶଧର ପଣ୍ଡା ଏହି କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ । ଏହା ସହିତ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବା ସହ ଏଥିରେ ଅଧିକରୁ ଅଧିକ ଶିଶୁଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ । ଅଧ୍ୟକ୍ଷ ଶ୍ରୀ ମଥାନ କାର୍ଯ୍ୟକ୍ରମର ରୂପରେଖ ସହିତ ରାଉରକେଲା ସହରରେ ପ୍ରଥମ ଥର ପାଇଁ ଏହିଭଳି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମର ଉଦ୍‌ଘାଟକଭାବେ ବରିଷ୍ଠ ସମାଜସେବୀ ଓ ସଙ୍ଗଠକ ଇଂ ଅଭୟ ଦାସ ସାହିତ୍ୟ ଓ ସମାଜ ପରସ୍ପରର ପରିପୂରକ ବୋଲି କହିବା ସହ ସମାଜକୁ ଦିଗ୍‌ଦର୍ଶନ ଦେବାରେ ସାହିତ୍ୟର ଭୂମିକା ସମ୍ପର୍କରେ କହିଥିଲେ । ଏଥିରେ ଆୟୋଜନ ସମିତିର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ପତି ଓ କୋଷାଧ୍ୟକ୍ଷ ମନୋଜ ନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ ୤ ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲବ୍ଧ ପ୍ରତିଷ୍ଠିତ ଓ ପରିଚିତ ଶିଶୁ ସାହିତ୍ୟିକମାନଙ୍କର ବିଭିନ୍ନ ପ୍ରକାରର ଲେଖା ସମ୍ବଳିତ ଏକ ସ୍ମରଣିକା- ନବପ୍ରଭାତ ନାମରେ ଉନ୍ମୋଚିତ ହୋଇଥିଲା । ଏହା ସହିତ ଏହି କାର୍ଯ୍ୟକ୍ରମରେ -ବିଜୟୀନୀ ଜେନାନଙ୍କ ଶିଶୁ କବିତା ସଙ୍କଳନ- ଗୀତରେ ଗୀତରେ ଆସ ଜାଣିବା , ତ୍ରିଲୋଚନ ମଥାନଙ୍କ ଶିଶୁ କବିତା ସଙ୍କଳନ – ଆମ ଜୀବନ ଆମ କଥା , ସ୍ମିଗ୍ଧା ନାୟକଙ୍କ ଉପନ୍ୟାସ ମେପଲ, ଅନୁପମା ପ୍ରଧାନଙ୍କ କବିତା ସଙ୍କଳନ – ଚେତନାରୁ ଚୈତନ୍ୟ ଏବଂ ଡ ଦିପ୍ତିମୟୀ ବେହେରାଙ୍କ ପ୍ରବନ୍ଧ ସଙ୍କଳନ – ପ୍ରବନ୍ଧ ବହୁବିଧ ପୁସ୍ତକ ଗୁଡ଼ିକ ଲୋକାର୍ପଣ ହୋଇଥିଲା । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦ ଜଣ ବିଶିଷ୍ଟ ଶିଶୁ ସାହିତ୍ୟିକମାନଙ୍କୁ ମାନପତ୍ର , ସ୍ମୃତି ଫଳକ ,ଶାଲ ଓ ପୁଷ୍ପଗୁଛ ସହ ” ନବ ପ୍ରଭାତ ସାରସ୍ଵତ ସମ୍ମାନ – ୨୦୨୪ ” ସମ୍ମାନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ ଡଃ ପ୍ରଦୀପ କୁମାର ପଣ୍ଡା – ସମ୍ବଲପୁର , କବି ତୁଳସୀ ଚରଣ ଦାଶ – ବରଗଡ଼ ଏବଂ ପୂର୍ଣ୍ଣଚନ୍ଦ୍ର ମେହେର- ବଲାଙ୍ଗୀର ସମେତ କେନ୍ଦ୍ରାପଡ଼ାରୁ ସ୍ବତନ୍ତ୍ରଭାବେ ମହିଳା ଉଦ୍ୟୋଗୀ ନିହାରିକା ବସ୍ତିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହା ସହିତ ୬ଜଣ ବିଶିଷ୍ଟ ଶିଶୁ ପ୍ରତିଭା – ସ୍ବସ୍ତିକା ମଥାନ, ଅନ୍ବେଷା ସେଠୀ, ଅସ୍ମିତ ଅନ୍ବେଷ ରାଉତ, ଶ୍ରେୟସି ସାହୁ, ବୈଷ୍ଣବୀ ସାହୁ, ମହେସ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଗୀତ, ସଙ୍ଗୀତ ଓ କବିତା ଆସର କାର୍ଯ୍ୟକ୍ରମ ଗୀତାରାଣି ବେହେରା ଓ ସୁମିତ୍ରା ମିଶ୍ରଙ୍କ ସଂଯୋଜନାରେ ହୋଇଥିଲା୤ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଆୟୋଜନ ସମିତିର ଉପସଭାପତି ଉପେନ୍ଦ୍ର ବସ୍ତିଆ, ସାଙ୍ଗଠନିକ ସମ୍ପାଦକ – ସୁଶାନ୍ତ ନାୟକ, ଯୁଗ୍ମ ସମ୍ପାଦକ ଗୌତମ ଦାସଙ୍କ ସମେତ କାର୍ଯ୍ୟକାରୀ ସମିତିର ସଦସ୍ୟା – ମମତା ଜେନାଙ୍କ ସମେତ ସଦସ୍ୟ ରଙ୍କନିଧି ସେଠୀ ଓ ପ୍ରତାପ ପଣ୍ଡା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜନ ସମିତିର ପସଭାପତି ଡ ଉମାକାନ୍ତ ପଣ୍ଡା ସଂଯୋଜନା କରିଥିଲାବେଳେ ମାନପତ୍ର ପାଠ ସହିତ ସଂଯୋଜନାରେ ସହଯୋଗ କରିଥିଲେ କବି ସୁସ୍ମିତା ମହାପାତ୍ର । ସୂଚନା ଓ ପ୍ରସାରଣ ସମ୍ପାଦକ ମହେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ