Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାନୀପାଲି ଛୁରାମାଡ ଘଟଣା:ଆଶଙ୍କା ପାଲଟିଲା ଶିରୋନାମା,ଆଖି ମୁଜିଲେ ପାୟଲ

ସମ୍ବଲପୁର:ଆଶଙ୍କା ସତ ହେଲା।ଗତ କଲାି ରାତି ୯ଟା ୫୫ରେ ଅନୁମାନ କରି ଯେଉଁ ଖବର ଲେଖାଯାଇଥିଲା ତାହା ମଧ୍ୟ ରାତି ବେଳକୁ ଖବର ର ଶିରୋନାମା ପାଲଟି ଯାଇଛି।ଏଠାରେ ସୂଚନା ଥାଉକି,ଗତ ୧୪ ତାରିଖ ଦାନୀପାଲିରେ ଘଟିଥିବା ଛୁରାମାଡ ଘଟଣାରେ ଗୁରୁତର ଭାବରେ ଆହତ ପାୟଲ ଦାସର ଗତ ରାତି ପ୍ରାୟ ଗୋଟିଏ ତିରିଶରେ ବୁର୍ଲାର ଏକ ବେସରକାରୀ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତା ମା ଇନ୍ଦୁ ଦାଶ ବୁର୍ଲା ଡ଼ାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଏକ ଛୋଟ ଟେଲରିଂ ଦୋକାନ କରି ମାଁ ଝିଅ ବହୁ ପରିଶ୍ରମ କରି ସ୍ବାମୀ ଉପାର୍ଜିତ ଅର୍ଥ ସହିତ ଯୋଡ଼ି ଦାନୀପାଲିରେ ଏକ ଜମି କିଣିଥିଲେ। ବହୁ କଷ୍ଟରେ ଘର ନିର୍ମାଣ କରିବାକୁ ଗଲା ବେଳେ ପ୍ରଥମରୁ ହିଁ ପଡୋଶୀ ଗଣ୍ଡଗୋଳ କରିଥିଲେ । ଜାଣିବାକୁ ପାଇଲେ ଯେ ପଡୋଶୀ ଗଣ୍ଡଗୋଳ କରିବାରୁ ଜମିର ପୂର୍ବତନ ମାଲିକ ତାକୁ ବିକ୍ରୀ କରି ଦେଲେ । ଜମିକୁ ବାରମ୍ବାର ମପାଇ ସତର୍କତା ଅବଲମ୍ବନ ପୂର୍ବକ ଘର ତିଆରି କଲେ । ସରକାରୀ ମାପଚୁପ ମଧ୍ୟ କରାଇଥିଲେ । ତେବେ ବାରମ୍ବାର ଗଣ୍ଡଗୋଳ ଘଟିଲା । ଦାସ ପରିବାର କେଇଥର ପୋଲିସର ଆଶ୍ରୟ ନେଇଛନ୍ତି। ଗିରଫଦାରୀ ମଧ୍ୟ ହୋଇଛି। ତେବେ ବାରମ୍ବାର ଗଣ୍ଡଗୋଳ ଯୋଗୁଁ ଏହା ଦେହ ସୁହା ହେଇନଥିଲା। ଶେଷରେ ମାଁ ଝିଅ ଦୋକାନ ଖୋଲିବା ପାଇଁ ୧୪ ତାରିଖରେ ଘରୁ ବାହାରି ଥିବା ବେଳେ ବର୍ବରତାର ସହ ଆକ୍ରମଣର ଶିକାର ହେଲେ ।ଶେଷରେ ଆଜି ବଞ୍ଚିବାକୁ ଆତ୍ମନିର୍ଭର ଶୀଳ ହେବାକୁ ଗୋଡ କାଢିଥିବା ଏକ ନିରୀହ ବାଳିକାର ଜୀବନ ଅକାଳରେ ଝଡିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ