Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ଅଭିନନ୍ଦନ

ସମ୍ବଲପୁର:ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ହେବା ନେଇ ଶୁଭେଚ୍ଛା ଓ ଅଭିନନ୍ଦନ Iଆଜି ବିଜେଡି ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ନେତା ନିର୍ବାଚିତ ହୋଇଛନ୍ତି I ସେହିପରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିରୋଧୀ ଦଳର ଉପନେତା କରିଛି I ଏହି ଅବସରରେ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଵିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରାଙ୍କ ସମେତ ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର, ବିଜେଡି ପୂର୍ବତନ ଜ଼ିଲ୍ଲା ସଭାପତି ଅଶୋକ ସେନାପତି, ଖରାଂଶୁ ଦେବ, ବିଜୟ ସ୍ୱାଇଁ, ଶରତ ସାହୁ, ରାଜ କୁମାର ସାହୁ ପ୍ରମୁଖ ଶତାଧିକ ବିଜେଡି କର୍ମକର୍ତ୍ତା ତଥା କର୍ମୀ I ଏହି ନିଯୁକ୍ତି ଯୋଗୁଁ ରାଜ୍ୟରେ ବିଜେଡି ଦଳୀୟ ସଙ୍ଗଠନ ମଜବୁତ ହେବ ଏବଂ ନବୀନ ଙ୍କ ଦକ୍ଷ ନେତୃତ୍ବରେ ରାଜ୍ୟର ଜନକଲ୍ୟାଣ ହିତରେ ବିଜେଡି ର କାର୍ଯ୍ୟଧାରା ଆହୁରି ତ୍ୱରାନ୍ୱିତ ହେବ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ