Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁରରେ ଜଣ୍ଡିସ ଭୟ:କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ କ୍ରମେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ପ୍ରମୋଦ,କାର୍ଯ୍ୟ ଆରମ୍ଭ

ସମ୍ବଲପୁର:ଗ୍ରୀଷ୍ମ ଋତୁ ର ପ୍ରତ୍ୟାବର୍ତ୍ତନ ଓ ବର୍ଷା ଋତୁ ର ଆଗମନ ଲୋକଙ୍କୁ ଯେତିକି ଆଶ୍ୱସ୍ତ କରୁଛି ସେତିକି ଭୟଭୀତ ମଧ୍ୟ କରୁଛି । ବିଗତ ଦିନ ରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଣ୍ଡିସ ଓ ହଇଜା ଲୋକଙ୍କୁ କରିଛି ସର୍ବଶାନ୍ତ । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସହିତ ବିଭାଗୀୟ କତୃପକ୍ଷ ଙ୍କ ଚରମ ଉଦାସୀନତା ଓ ଅବହେଳା ଯୋଗୁଁ ଅଞ୍ଚଳବାସୀ ପାଇଥିଲେ ଦୁଃଖ କଷ୍ଟ ଯନ୍ତ୍ରଣା । କଥା ରେ ଅଛି ଯା ଛୁଆ କୁ ସାପ କାମୁଡି ଥାଏ, ସେ ପାଲ ଦଉଡି କୁ ବି ଡରେ । ତେଣୁ, ଆଗାମୀ ଦିନରେ ଜଣ୍ଡିସ ଓ ହଇଜା ଆକ୍ରାନ୍ତ ରୁ ଲୋକଙ୍କୁ ବଞ୍ଚେଇବା ପାଇଁ ତତ୍ପର ହୋଇଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗତ ଦୁଇ ଦିନ ଭିତରେ ସହର ର କେତେକ ବସ୍ତି ରେ ଲୋକେ ଜଣ୍ଡିସ ରେ ଆକ୍ରାନ୍ତ ହେବାର ସୂଚନା ପାଇବା କ୍ଷଣି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରିଷ୍ଠ ବିଜେପି ବିଜେପି ନେତା ଡ଼.ପ୍ରମୋଦ ରଥ ଙ୍କ ସହିତ ଆଲୋଚନା କରିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ପରାମର୍ଶ କ୍ରମେ ଡ଼.ରଥ ସମ୍ବଲପୁର ଜିଲ୍ଲାପାଳ, ମହାନଗର ନିଗମ ପୌରାଯୁକ୍ତ ଓ ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କ ସହ ତୁରନ୍ତ ସମସ୍ତ ବିଷୟ ରେ ଆଲୋଚନା କରିଥିଲେ । ସମ୍ବଲପୁରବାସୀ ଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା କୁ ନେଇ କେନ୍ଦ୍ରମନ୍ତ୍ରୀ ଙ୍କ ଉଦବେଗ ଓ ବ୍ୟସ୍ତତା ସମ୍ପର୍କ ରେ ଅବଗତ କରାଇଥିଲେ ।
ଏହା ସହିତ ଡ଼.ରଥ ଜନ ସ୍ୱାସ୍ଥ୍ୟ ବିଭାଗ ର କତୃପକ୍ଷ ଙ୍କୁ ସମ୍ବଲପୁର ସହର ରେ ଯେଉଁ ସବୁ ନାଲି ଭିତରେ କିମ୍ବା ପାଖ ଦେଇ ପାନୀୟ ଜଳ ଯୋଗାଣ ର ମୁଖ୍ୟ ପାଇପ, ଶାଖା ପାଇପ ଓ ସଂଯୋଗ ପାଇପ ଯାଇଛି ସେଗୁଡିକୁ ଶୀଘ୍ର ଚିହ୍ନଟ କରି ତାକୁ ସ୍ଥାନାନ୍ତରିତ କରିବାକୁ ଅନୁରୋଧ କରିଥିଲେ । ଏହା ସହିତ ସମସ୍ତ ଜଳ ବିଶୋଧନାଗାର ରେ ଜଳ ର ଗୁଣାତ୍ମକମାନ କୁ ନିୟମିତ ଭାବେ ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ ।
ଡ଼. ରଥ ସମ୍ବଲପୁର ମହାନଗର ନିଗମ ର ପୌରାଯୁକ୍ତ ଙ୍କୁ ମଧ୍ୟ ଯୋଗାଯୋଗ କରି ବର୍ଷା ପୂର୍ବରୁ ଯଥା ଶୀଘ୍ର ସହର ର ସମସ୍ତ ନାଳ ନର୍ଦମା ଓ ଆବର୍ଜନା କୁ ସଫା କରିବା ପାଇଁ ଅନୁରୋଧ କରିଥିଲେ । ଏହା ସହିତ ସମ୍ବଲପୁର ଜିଲ୍ଲାପାଳ ଙ୍କ ସହିତ ସମସ୍ତ ବିଷୟ ରେ ଆଲୋଚନା କରି କିଭଳି ଏଭଳି ପରିସ୍ଥିତି କୁ ରୋକା ଯାଇ ପାରିବ ସେ ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁରବାସୀ ଙ୍କୁ ମଧ୍ୟ୍ୟ ଜଣ୍ଡିସ ଓ ହଇଜା ରୁ ନିଜକୁ ବଞ୍ଚେଇ ରଖିବା ପାଇଁ ସତର୍କତା ଓ ସାବଧାନତା ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି ବୋଲି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜଜ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।