Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜଗନ୍ନାଥ ମନ୍ଦିର ରେ ସ୍ନାନ ପୂର୍ଣ୍ଣମା

ସମ୍ବଲପୁର:ସ୍ଥାନୀୟ ମୁଦିପଡାସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନରେ ଚତୁର୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡି ରେ ସ୍ନାନ ବେଦୀକୁ ଅଣା ଯାଇଥିଲା । ସେଠାରେ ପୂର୍ବରୁ ପ୍ରସ୍ତୁତ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସକାଳୁ ଆଜି ଦ୍ବାରଫିଟା, ମଙ୍ଗଳ ଆଳତୀ ପରେ ଠାକୁର ମାନଙ୍କୁ ମହାସ୍ନାନ କରାଯାଇଥିଲା । ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ହୋମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଜୟଗୋପାଳ ସୁଆର ପୂଜାକାର୍ଯ୍ୟ କରିଥିଲେ । ମନ୍ଦିର ପୂଜକ ବ୍ୟୋମକେଶ ପଣ୍ଡା ନୀତୀକାନ୍ତି ସମ୍ପାଦିତ କରିଥିଲେ ।