Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିବା ଦର ବେଲଗାମ ; ସେଞ୍ଚୁରି ମାରିଲା ଟମାଟୋ, କଲରା ଓ ସଜନା ଛୁଇଁ

ବେଲଗୁଣ୍ଠା,23/06, ପନ୍ଦର ଦିନ ଧରି ପରିବା ଦରରେ ରୋକ୍ ଲାଗୁନି I ହୁ ହୁ ହୋଇ ବଢ଼ି ଚାଲିଛି ପରିବା ଦର I ରୋଷେଇ ଘରୁ କିଛି ପରିବାର ସତ୍ତା ହଜିବାକୁ ବସିଛି I ସୂଚନା ପ୍ରକାରେ ଆଜି ବେଲଗୁଣ୍ଠା ବଜାରରେ ପିଆଜ କିଲୋ ଚାଳିଶି ଟଙ୍କା, କାଙ୍କଡ଼ କିଲୋ ଅଶୀ ଟଙ୍କା, ଫୁଲ କୋବି କିଲୋ ଅଶୀ ଟଙ୍କା, ବନ୍ଧା କୋବି ପଚାଶ ଟଙ୍କା,କଟିକି ପୋଟଳ କିଲୋ ଅଶୀ ଟଙ୍କା, ବାଇଗଣ କିଲୋ ଷାଠିଏ ଟଙ୍କା, କାକୁଡ଼ି କିଲୋ ଷାଠିଏ ଟଙ୍କା, ଝୁଲଣ କିଲୋ ଷାଠିଏ ଟଙ୍କା, କଞ୍ଚା ଲଙ୍କା କିଲୋ 120 ଟଙ୍କା, ଅଦା କିଲୋ ଦୁଇ ଶହ ଟଙ୍କା, ସଜନା ଛୁଇଁ କିଲୋ 100 ଟଙ୍କା, କଞ୍ଚା କଦଳୀ କିଲୋ 50 ଟଙ୍କା, ଦେଶୀ ଆଳୁ କିଲୋ 50 ଟଙ୍କା, ସିମଳା ମରିଚ କିଲୋ 160 ଟଙ୍କା , ବିଟ୍ ଏବଂ ଗାଜର କିଲୋ 60 ଟଙ୍କା ,କଖାରୁ କିଲୋ 30 ଟଙ୍କା, ଅମୃତ ଭଣ୍ଡା କିଲୋ 30 ଟଙ୍କା, ଭେଣ୍ଡି 60 ଟଙ୍କା,ତୋରଡ଼ା କିଲୋ 40 ଟଙ୍କା, ଜହ୍ନି କିଲୋ 50 ଟଙ୍କା, ଗୁଆଁର କିଲୋ 60 ଟଙ୍କା, କଲରା କିଲୋ 100 ଟଙ୍କା ଏବଂ ଟମାଟୋ କିଲୋ ପ୍ରତି 100 ଟଙ୍କା ଦର ରହିଛି I ପୂର୍ବପେକ୍ଷା ସମସ୍ତ ପରିବାର ଦର ଦୁଇରୁ ତିନି ଗୁଣ ବଢ଼ିଥିବା ବେଳେ ଖାଉଟିଙ୍କ ପକେଟ୍ ଉପରେ ଏହାର କୁପ୍ରଭାବ ପଡ଼ିଛି I 500 ଟଙ୍କାର ପରିବା କିଣିଲେ ମଧ୍ୟ ବେଗ ଭର୍ତ୍ତି ହେଉନଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ