ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବିଶ୍ୱ ଯୋଗ ଦିବସ ପାଳିତ


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇ ଥିବାବେଳେ ଏହି ଉପଲକ୍ଷେ ଏକ ସଭା ଅନୁଷ୍ଟିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁର୍ଗାଦତ୍ତ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର କଲେଜ ର ପଦାର୍ଥ ବିଜ୍ଞlନ ପ୍ରାଧ୍ୟାପିକା ଶ୍ରୀମତୀ ପ୍ରତିମା ରଥ ଯୋଗ ଦେଇଥିଲେ.ପୌର ପରିଷଦ ଅଧ୍ୟକ୍ଷା ତାମସି ତମସ୍ମିତା ନାଏକ, ଜିଲ୍ଲା ଯୋଗ ସମିତିର ଡା. ସରୋଜ ପଟେଲ ଓ ଯୋଗ ଶିକ୍ଷକ ଗୁଣନିଧି ଥାନାପତି ଯୋଗ ଦେଇ ଯୋଗlଭ୍ୟାସ କରାଇଥିଲେ। ଏଥିରେ ଏ ଡି ପି ଏଚ ଓ ଡି ସି ଡା ରମେଶ ଚନ୍ଦ୍ର ସ୍ୱାଇଁ ଯୋଗ ର ଉପକାରିତା ଉପରେ ବୁଝାଇଥିଲେ l ଏ ଡି ପି ଏଚ ଓ ଭି ବି ଡି ଡା ଗୋପାଳ ଚନ୍ଦ୍ର ମଲ୍ଲିକ ସିନିଅର ମେଡିକାଲ ଅଫିସର ଡା ତ୍ରିବିକ୍ରମ ପାଣ୍ଡିଆ, ଏ ଏମ ଏଲ ଏ ଆଇ ଏସ ଶୋଭନା ଦାସ ଡ଼ିଡ଼ିଏମ ପ୍ରଦୀପ ସାହୁ, ଆଶା ମେନେଜର ତାରିଣୀ ପଧାନ, ସୋନପୁର ର ସମସ୍ତ ଆଶା କର୍ମୀ ଓ ମହିଳା ଯୋଗାଳୟ ର ସଭ୍ୟ ସବୁ ଉପସ୍ଥିତ ଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଅତିଥି ଙ୍କୁ ସ୍ଵାଗତ କରି ସଭା ସଂଯୋଜନା କରିଥିଲେ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ l