Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାବ ବିହ୍ୱଳ ପରିବେଶ ବିଦାୟ ନେଲେ ସୁରେନ୍ଦ୍ର ସାର।

ହାଟଡିହି ବୁଧବାର ଟୁକୁଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସା । ୧୯୮୯ ମସିହା ରେ ଚାକିରି ଜୀବନ ଆରମ୍ଭ କରି୨୦୨୪ମସିହା ମେ ମାସ ୩୦ତାରିଖ ଦିନ ଅବସର ଗ୍ରହଣ କରିଥିଲେ। ସେ ଦୀର୍ଘ ୩୬ ବର୍ଷ ନିରବଚ୍ଛିନ୍ନ ଶିକ୍ଷା ଦାନ କରି ଆସୁଥିଲେ । ତାଙ୍କ ଶିକ୍ଷକ ଜୀବନ ରେ ସମୟାନୁବର୍ତିତା କୁ ସେ ମୂଳ ମନ୍ତ୍ର ଭାବି ଦାୟିତ୍ଵ ତୁଲାଉଥିଲେ। ତାଙ୍କୁ ଭଲ ପାଉଥିବା ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନେ ଆଜି ଏକ ସୁନ୍ଦର ଆୟୋଜନ କରି ତାଙ୍କ ଜନ୍ମ ମାଟି କୁଣ୍ଡିସାହି ରୁ କର୍ମ ଭୂମି ଟୁକୁଣା ପ୍ରାଥମିକ ବିଦ୍ୟାଳୟ କୁ ଆଣି ଏକ ସୁନ୍ଦର ପରିବେଶ ମଧ୍ୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। କୁନି କୁନି ଛାତ୍ର ଛାତ୍ରୀ ମାନେ କୋହ ଭରା କଣ୍ଠ ରେ ସାରଙ୍କ ଶିକ୍ଷା ଦାନ କୁ ଅଘାଡ ଭକ୍ତି ବଳରେ ଓଜାଡ଼ି ଦେବା ପରେ ପରିବେଶ କିଛି ସମୟ ଭାବ ବିହ୍ୱଳ ହୋଇ ଯାଇଥିଲା ପିଲା ମାନଙ୍କର ଏହି ସଭାରେ ଉପସ୍ଥିତ ଥିଲେ ହାଟଡିହି ର ପୂର୍ବତନ ଶିକ୍ଷା ଅଧିକାରୀମାନଙ୍କ ମଧ୍ୟରେ ଧନେଶ୍ୱର ଖଣ୍ଡେଇ , ସୁରଥ କୁମାର ସାହୁ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କ ମଧ୍ୟରେ ପ୍ରମୋଦ କୁମାର ନାୟକ, ସ୍ନେହଲତା ମହାରଣା, ପୂର୍ବତନ ସହ ଶିକ୍ଷା ଅଧିକାରୀ ବିନୋଦ କୁମାର ରାଉତ, ସୁରେଶ କୁମାର ଜେନା, ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଶାସିନି ରାଜ୍ୟ ଯୁଗ୍ମ ସମ୍ପାଦକ(ଅଲ ଓଷ୍ଟା) ଙ୍କ ସହ ରବୀନ୍ଦ୍ର କୁମାର ଜେନା, ସୁଶାନ୍ତ କୁମାର ସ୍ବାଇଁ, ଗିରିଧାରୀ ବିଶ୍ଵାଳ, ଭଗବାନ ନାୟକ, ସୁଶାନ୍ତ କୁମାର ଜେନା,( ସଭାପତି ବିଦ୍ୟାଳୟ ପରିଚାଳନା କମିଟି) କାହୁଁ ମିଶ୍ର, ବିନୋଦ ବ୍ରହ୍ମ, ମୋହନ ମହାନ୍ତି, ହରମୋହନ ପଣ୍ଡା, ମୋହନ କୁମାର ମହାନ୍ତି, ବିବେକାନନ୍ଦ ବେହେରା ଙ୍କ ସହ ପାଖ ଅଞ୍ଚଳ ର ପ୍ରାୟ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ମାନେ ଏହି ସଭା ରେ ଯୋଗ ଦେଇଥିଲେ। ଏହା ସହ ନିଜ ଗାଁ ରୁ ଶତାଧିକ ପୁରୁଷ ମହିଳା ମାନେ ଗାଁ ରେ ପରିଭ୍ରମଣ କରି ପାଛୋଟି ନେଇଥିଲେ।ଏହି ସଭା କୁ ମିହିର କୁମାର ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ଭଗବାନ ସାର ଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ