ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍କୁଲକୁ ଯାଇଥିଲେ ପାଠ ପଢ଼ିବାକୁ, ହେଲେ ଘରକୁ ଫେରିଲା ଝିଅର ମର ଶରୀର। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟରେ । ସୂଚନା ପ୍ରକାରେ ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ରହି ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ କୁଟିକିଆ ଗ୍ରାମ ପଞ୍ଚାୟତର ସରୁକୁଇ ଗ୍ରାମର ଆଦିବାସୀ ଛାତ୍ରୀ ମିତା ମଲ୍ଲିକ । ଗତ ଦୁଇଦିନ ହେବ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ବୁଧବାର ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ମିତା ମଲ୍ଲିକଙ୍କୁ ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ଚିକତ୍ସିତ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଘୋଷଣା ପରେ ଶୋକାକୁଳ ପରିବେଶରେ ଝିଅର ଶବକୁ ନେଇ ସରୁକୁଇ ଗ୍ରାମକୁ ଫେରିଛନ୍ତି । ଘଟଣାକୁ ନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।