Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲରପଙ୍କରେ ରକ୍ତଶିକୁଳି ନିରାକରଣ ସଚେତନତା

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲରପଙ୍କ, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ତରଫରୁ ରକ୍ତଶିକୁଳି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଲରପଙ୍କ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ଫାର୍ମାସି ଅଫିସର ବୀରେନ୍ଦ୍ର ସାହୁ ପରିଚାଳନା କରିଥିଲେ ।
ମୁଖ୍ୟ ଅତିଥି ଭାବରେ ଡାକ୍ତର ସିମି ପଟେଲ (ସିକିଲସେଲ ପ୍ରତିଷ୍ଠାନ ଭୀମସାର ବୁର୍ଲା), ବିଜୟନନ୍ଦ ନାୟକ (ସିନିୟର ମ୍ୟାନେଜର ସିକିଲସେଲ ପ୍ରତିଷ୍ଠାନ ଭୀମସାର ବୁର୍ଲା),ଡ଼କ୍ଟର କିଶାଲ୍ୟ ଡନ (ସାଇତିଫିସ ଅଫିସର ସିକିଲ ସେଲ ପ୍ରତିଷ୍ଠାନ ଭୀମସାର ବୁର୍ଲା), ନିକୁ ରଞ୍ଜନ ପାଟିହାରୀ (ସିଟି ପ୍ରୋଗ୍ରାମ ମ୍ୟାନେଜର )ଉପସ୍ଥିତ ଥିଲେ ।
ଡାକ୍ତର ପଟେଲ ରକ୍ତଶିକୁଳି ରୋଗ ର କାରଣ, ରକ୍ତହୀନତାର ନିରାକରଣ ତଥା ରୋଗ ସମ୍ପର୍କ ରେ ବିଦ୍ୟାର୍ଥୀ ମାନଙ୍କୁ ସଚେତନତା ସୁଷ୍ଟି କରିବା ବିଷୟ ରେ ବକ୍ତବ୍ୟ ରଖିଲେ ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାମ ଶିକ୍ଷୟତ୍ରୀ, ଏବଂ ସାଥି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ