Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ରାଜ୍ୟର ପ୍ରଥମ ମହିଳା ଭେଣ୍ଡିଂ ଜୋନ୍‌ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକାର୍ପିତ ହେବ ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ। ଆଜି ଅପରାହ୍ନରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର କସମୋପଲିସ ଅଞ୍ଚଳରେ ନିର୍ମାଣ ‌ହୋଇଛି ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍‌। ବିଏମସି ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ କରାଯାଇଛି। ଭେଣ୍ଡିଂ ଜୋନରେ ୪୨ଟି ଦୋକାନ ରହିଛି।

ଏଥିପାଇଁ ମୋଟ ୧ କୋଟି ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଭେଣ୍ଡିଂ ଜୋନରେ ପାନୀୟ ଜଳ, ଶୌଚାଳୟ, ବସିବା ପାଇଁ ଚୌକି, ଆଲୋକୀକରଣ ସହିତ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି । ଆଗକୁ ବିଏମସିର ଅନ୍ୟ ଜୋନରେ ଅନୁରୂପ ମହିଳା ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରାଯିବ। ଏହା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ