Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୁଅର ଠେଙ୍ଗା ମାଡରେ ନିରୀହ ବାପାର ମୃତ୍ୟୁ,ପୁଅ ଗିରଫ

ସମ୍ବଲପୁର(ପଡିଆବାହାଲ):ପୁଅର ଠେଙ୍ଗା ମାଡରେ ନିରିହ ବାପାର ମୃତ୍ୟୁ ହୋଇଛି।ଗତକାଲି ରାତିରେ ଏହି ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ଘେନୁପାଲି ଗ୍ରାମ ପଞ୍ଚାୟତର ବୁଦେଲଛିଣ୍ଡା ଗ୍ରାମରେ ।
ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ସଦର ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ମୃତ ବାପାର ଶବକୁ ଜବତ କରିବା ସହିତ ପୁଅକୁ ଗିରଫ କରି ଘଟଣାର ଟିକି ନିଖି ତଦନ୍ତ କରୁଛନ୍ତି।ମିଲିଥିବା ଖବରରୁ ଜଣାପଡିଛି ଯେ,ମୂଳ ନିବାସୀ ଧମା ଥାନା ଅଞ୍ଚଳ କାଁକେରପାଲି ଗ୍ରାମର ରାମପ୍ରସାଦ ବାଗ୍ (ରାମିଆଁ) ୫୫ ବର୍ଷ,ଗତ ୨୫ ବର୍ଷ ହେଲା ବୁଦେଲଛିଣ୍ଡା ଗ୍ରାମରେ ରହି ନିଜର ଗୁଜୁରାଣ ମେଣ୍ଟାଉଥିଲେ।ନିଜର ପତ୍ନୀ,ଏକମାତ୍ର ପୁଅ ଧିରେନ ବାଗ (୩୫) ନାତି ସହ ଏକାଠି ରହୁଛନ୍ତି।ଗତ କିଛି ବର୍ଷ ତଳେ ପୁତ୍ର ବଧୁର ମୃତ୍ୟୁ ହୋଇଥିଲା। ଗତକାଲି ପୁଣି ପରିବାର ସଂପତ୍ତିକୁ ନେଇ ବାପା ପୁଅ ମଧ୍ୟରେ କଳି ଲାଗି ଶେଷରେ ଠେଙ୍ଗା ମାଡ ଯାଏ କଥା ଯାଇ ପୁଅର ଠେଙ୍ଗା ମାଡରେ ନିରୀହ ବାପାର ଜୀବନ ଅକାଳରେ ଝଡିଯାଇଛି। ଏଠାରେ ସୂଚନା ଯୋଗ୍ୟଯେ,ଗତ କିଛି ବର୍ଷ ତଳେ ବାପା ପୁଅ କଳିରେ ବାପାର ଗୋଡଭାଙ୍ଗି ଯିବା ସହିତ ଗୋଡରେ ରଡ ବି ଲାଗିଥିଲା।ପରର ମୂଳ ଲାଗିବା ସହିତ ଛେଲି ଚରାଇ ନିଜର ସେ ଗୁଜୁରାଣ ମେଣ୍ଟାଉଥିଲେ। ଆଜି ସକାଳେ ଏଭଳି ଦୁଃସମ୍ବାଦ ଖବର ପ୍ରଘଟ ହେବାପରେ ସଦର ଥାନା ଘଟଣା ସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପୁଅକୁ ଗିରଫ କରି ଘଟଣାର ତଦନ୍ତ କରୁଛନ୍ତି।ବର୍ତ୍ତମାନ ଘରେ ବିଧବା ବୃଦ୍ଧା ସହିତ ନାତି ଘରେ ଅଛନ୍ତି।